Categories: ଜାତୀୟ

ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍‌ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ ସିଟ୍‌ ପାଇଁ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର(ସହରାଞ୍ଚଳ) ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢେବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ନିର୍ବାଚନ ଲଢିବା ନେଇ ଚୂଡାନ୍ତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପ୍ରୟାଗରାଜ ଜିଲାର ସିରାଥୁ ଆସନରୁ ନିର୍ବାଚନ ଲଢିବା ନେଇ ଦଳ ପକ୍ଷରୁ କୁହାଯାଇଛି।

 

Share