Categories: ଜାତୀୟ

ଲକ୍ଷେରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ୧୮ ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଟ୍ରେଣ୍ଡ ଅନୁଯାୟୀ, ୟୁପିରେ ୨୭୩ ଟି ଆସନରେ ଭାଜପା ଆଗୁଆ ରହିଛି। ସେଠାରେ ସମାଜବାଦୀ ପାର୍ଟି କେବଳ ୧୨୩ଟି ଆସନରେ ସୀମିତ ରହିବା ଜଣାପଡୁଛି। ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧,୦୨,୩୯୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅବଶ୍ୟ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ କିନ୍ତୁ ସେ ଲକ୍ଷେରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି।

Share