ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ସରକାର ଗଠନ କରୁଥିବା ଟ୍ରେଣ୍ଡ କହୁଛି। ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ସହିତ ଯୋଗୀ ଆଦିତ୍ୟନାଥ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ତାଙ୍କ ନାମରେ ଅନେକ ରେକର୍ଡ ଲିପିବଦ୍ଧ ହେବାକୁ ଯାଉଛି।
ଉତ୍ତରପ୍ରଦେଶରେ ପୁଣି ସରକାର ଗଠନ ହେବା ସହିତ ଯୋଗୀ ଆଦିତ୍ୟନାଥ ପ୍ରଥମ ଏଭଳି ମୁଖ୍ୟମନ୍ତ୍ରୀ ହେବେ, ଯିଏକି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ପୁନର୍ବାର କ୍ଷମତାକୁ ଆସିବେ। ଉତ୍ତରପ୍ରଦେଶ ଇତିହାସରେ ଏପର୍ଯ୍ୟନ୍ତ ଏହା ଘଟିନାହିଁ । ଏହାପୂର୍ବରୁ, ଅନେକ ମୁଖ୍ୟମନ୍ତ୍ରୀ ପୁନର୍ବାର ୟୁପିରେ କ୍ଷମତାକୁ ଆସିଛନ୍ତି, କିନ୍ତୁ ତାଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଥମ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି। ଏଥିମଧ୍ୟରେ ସମ୍ପୁର୍ନାନନ୍ଦ, ଚନ୍ଦ୍ର ଭାନୁ ଗୁପ୍ତା ଏବଂ ହେମବତୀ ନନ୍ଦନ ବହୁଗୁଣାଙ୍କ ନାମ ସାମିଲ ଅଛି।
ଯୋଗୀ ଆଦିତ୍ୟନାଥ ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସେ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିଛନ୍ତି। ଯୋଗୀ ଆଦିତ୍ୟନାଥ ତାଙ୍କ ଦଳକୁ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି ଏବଂ ଉତ୍ତରପ୍ରଦେଶ ଇତିହାସରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷ ପୂରଣ କରିବା ପରେ କ୍ଷମତାକୁ ଫେରିବେ।
ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଗୋରଖପୁରରୁ ଲଢୁଛନ୍ତି। ପ୍ରଥମ ଥର ହେବ ଜଣେ ବିଧାୟକ ହେବା ପରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୩ରେ ମୁଲାୟମ ସିଂ ଯାଦବ ବିଧାୟକ ହେବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ମାୟାବତୀ, ଅଖିଳେଶ ଯାଦବ ଏବଂ ଯୋଗୀ ଆଦିତ୍ୟନାଥ ନିଜେ ବିଧାନ ପରିଷଦ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିଲେ।

Share