Categories: ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ପକ୍ଷୀ ସହିତ ମାଡ଼ ହେଲା…

ଲକ୍ଷ୍ନୌ, ୨୬।୬ : ଉତ୍ତରପ୍ରଦେଶ ଯୋଗୀ ଅଦିତ୍ୟନାଥଙ୍କ ହେଲିକପ୍ଟର ଏକ ପକ୍ଷୀ ସହିତ ମାଡ଼ ହେବାପରେ ବାରାଣସୀରେ ଜରୁରୀ ଅବତରଣ କରିଛି। ହେଲିକପ୍ଟରଟି ବରାଣସୀର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରୁ ଲକ୍ଷ୍ନୌ ଉଦ୍ଦେଶ୍ୟରେ ଉଡ଼ାଣ ଆରମ୍ଭ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ୍‌ ହାଉସକୁ ପେରିଆସିଛନ୍ତି। ସେଠାରୁ ସେ ଅନ୍ୟ ବିମାନ ଯୋଗେ ଲକ୍ଷ୍ନୌ ଯିବେ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ରବିବାର ପୂର୍ବାହ୍ନ ୯ଟା ୫ରେ ରିଜର୍ଭ ପୋଲିସ ପଡ଼ିଆରୁ ଲକ୍ଷ୍ନୌ ଯିବା ପାଇଁ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହେଲିକପ୍ଟରଟି ୧୫୫୦ ଫୁଟ ଉଚ୍ଚତାରେ ପକ୍ଷୀ ସହିତ ମାଡ଼ ହୋଇଥିଲା।

 

 

Share