Categories: ଜାତୀୟ

୩୦ ଦିନରେ ୩୦ ପ୍ରତିଶ୍ରୁତି ପୂରଣ କଲେ ଯୋଗୀ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିକୁ ଏକ ମାସ ବିତିଛିି। ଗତ ଏକ ମାସ ମଧ୍ୟରେ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଏବଂ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବହୁ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଯୋଗୀ ସରକାରଙ୍କ ଏହି କାର୍ଯ୍ୟକୁ ମିଶନ ୨୦୨୪ ସହିତ ରାଜନୈତିକ ସମୀକ୍ଷକ ଯୋଡୁଛନ୍ତି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଗତ କାର୍ଯ୍ୟକାଳରେ ମଧ୍ୟ ଯୋଗୀ ସମାନ ବେଗରେ କାର୍ଯ୍ୟ କରିଥିଲେ। ଯାହାଫଳରେ ୨୦୨୨ ବିଧାନସଭା ନିର୍ବାଚନରେ ଭାଜପା ପୁନର୍ବାର ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ସମାନ ଶକ୍ତି ସହିତ ଏବେ ସରକାର ପୁଣି ଥରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଯୋଗୀ ସରକାର ଗତ ୩୦ ଦିନ ମଧ୍ୟରେ ୩୦ ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଯୋଗୀ ଆଦିତ୍ୟନାଥ ଶାସନ ଭାର ଗ୍ରହଣ କରିବା ମାତ୍ରେ ସେ ପରବର୍ତ୍ତୀ ତିନିମାସ ପାଇଁ ମାଗଣା ରାସନ ସ୍କିମ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱାରା ରାଜ୍ୟର ୧୫ କୋଟିରୁ ଅଧିକ ଲୋକ ଉପକୃତ ହେବେ।

ପ୍ରଥମ ଦିନରୁ ସରକାର ରାଜ୍ୟରେ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧିରେ ନିୟୋଜିତ ଅଛନ୍ତି। କୁହାଯାଇଥିଲା ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ନେଇ ଏକ ବିଶ୍ୱସ୍ତରୀୟ ନିବେଶକ ସମ୍ମିଳନୀ ହେବ।

ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ଯୋଗୀ ଆଦିତ୍ୟନାଥ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ସରକାରୀ ବ୍ୟବସ୍ଥାରେ ଦୁର୍ନୀତି, ଅବହେଳା ଏବଂ ଜନହିତକୁ ଉପେକ୍ଷାକୁ ଗ୍ରହଣ କରାଯିବ ନାହିଁ। ଆରମ୍ଭରେ, ଡିଏମ ସୋନଭଦ୍ର ଏବଂ ଏସଏସପି ଗାଜିଆବାଦଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ନୂଆ ବାର୍ତ୍ତା ଦେଇଛନ୍ତି।

ଡିଏମ ଅରାୟା ସୁନୀଲ ବର୍ମାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଏହା ସହିତ ମାସେ ମଧ୍ୟରେ ଦୁଇ କୋଟିରୁ ଅଧିକ ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗର ଶକ୍ତି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶରେ ସରକାର ୮୬ ଟି ଗେଜେଟେଡ ଏବଂ ୫୨୯୫ଟି ଗେଜେଟେଡ ନୂତନ ପଦବୀକୁ ପୋଲିସ ଫୋର୍ସ ପାଇଁ ଅନୁମୋଦନ କରିଛନ୍ତି।

Share