Categories: ଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଭାଜପାର ମାଷ୍ଟରଷ୍ଟ୍ରୋକ୍‌, ଭୋଳା ବାବାଙ୍କ ଦରବାରରେ ଯୋଗୀଙ୍କ କ୍ୟାବିନେଟ ହେବ ହାଜର

ଲକ୍ଷ୍ନୌ,୬ ।୧୨: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଶାସନ ଭାର ସମ୍ଭାଳିବାକୁ ସବୁ ଶକ୍ତି ପ୍ରୟୋଗ କରୁଛି । ଏଥର ଭାଜପା ଖେଳିଛି ମାଷ୍ଟରଷ୍ଟ୍ରୋକ । ଉତ୍ତର ପ୍ରଦେଶ ଇତିହାସରେ ଯାହା କେବେ ହୋଇ ନ ଥିଲା ତାହା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ହେବାକୁ ଯାଉଛି । ଇତିହାସରେ ପ୍ରଥମ ଥର କୌଣସି ସରକାର ମନ୍ଦିରରେ କ୍ୟାବିନେଟ ବୈଠକ କରିବାକୁ ଯାଉଛି । କାଶୀ ବିଶ୍ୱନାଥ ମନ୍ଦିରରେ ୧୬ ଡିସେମ୍ବରକୁ ଯୋଗୀ ସରକାରଙ୍କ କ୍ୟାବିନେଟର ବୈଠକ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଡା. ଦିନେଶ ଶର୍ମାଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବେ । ଏହି ବୈଠକ ମାଧ୍ୟମରେ ଯୋଗୀ ସରକାର ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି କି ଲକ୍ଷ୍ନୌ ପରେ ବାରାଣସୀ ରାଜ୍ୟର ଦ୍ୱିତୀୟ ରାଜଧାନୀ । ସୂଚନାଯୋଗ୍ୟ, ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ ଧାମ କରିଡରର ଖୁବଶୀଘ୍ର ଶୁଭାରମ୍ଭ କରାଯିବ । ଏହାର ଲୋକର୍ପଣ ମୋଦି ନିଜେ କରିବେ, ଏହି ଦିନକୁ  ସ୍ପେଶାଲ କରିବାକୁ ଯୋଗୀ ସରକାର ଓ ଭାଜପା ଏକ ଯୋଜନା ପ୍ରସ୍ତୁତ କରିଛି ।

Share