୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଅଯୋଧ୍ୟାରୁ ଫେରିବା ପରେ ଯୋଗୀ ସହରର କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ ନଏଡା ସେକ୍ଟର-୩୯ ସ୍ଥିତ ୪୦୦ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ପ୍ରଥମେ ୨୫୦ ଶଯ୍ୟା ସହ ହସ୍ପିଟାଲ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଧୀରେ ଧୀରେ ୪୦୦ଶଯ୍ୟା ବୃଦ୍ଧି କରାଯିବ। ଏଥିରେ ଡାଏଲେସିସ ୟୁନିଟ୍‌ ଓ ଲ୍ୟାବ ମଧ୍ୟ ରହିବ। ଏହି ସମୟରେ ଏମ୍‌ପି ଡା. ମହେଶ ଶର୍ମା, ବିଧାୟକ ପଙ୍କଜ ସିଂହ, ଭାଜନା ମହାନଗର ଅଧ୍ୟକ୍ଷ ଓ ଜିଲାପାଳ ଉପସ୍ଥିତ ରହିଥିଲେ।

Share