Categories: ଜାତୀୟ

ମୋର୍‌ବି ଦୁର୍ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁପିର ସମସ୍ତ ପୋଲର ହେବ ଯାଞ୍ଚ

ଲକ୍ଷ୍ନୌ,୩୧।୧୦: ଗୁଜୁରାଟର ମୋର୍‌ବି ସ୍ଥିତ ମାଛୁ ନଦୀ ବ୍ରିଜ ଉପରେ ଥିବା ଝୁଲାପୋଲ ଦୁର୍ଘଟଣା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି ଉତ୍ତରପ୍ରଦେଶର ଯୋଗୀ ସରକାର ସୋମବାର ରାଜ୍ୟର ସମସ୍ତ ପୋଲର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଜନସ୍ବାସ୍ଥ୍ୟ ବିଭାଗ (ପିଡବ୍ଲ୍ୟୁଡି)କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଉକ୍ତ ଚିଠିରେ ରାଜ୍ୟର ସମସ୍ତ ପୋଲକୁ ତୁରନ୍ତ ଯାଞ୍ଚ କରିବା ସହ ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Share