Categories: ଜାତୀୟ

NEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାର

ଲକ୍ଷ୍ନୌ,୨୧ା୬: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍‌ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ହୋଇଥିଲା। ଏବେ NEET ଏବଂ UGC- NET ପେପର ଲିକ୍‌ ହେବା ପରେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କଠାରୁ ଆରମ୍ଭ କରି ନେତାମାନେ ଏହା ବିରୋଧରେ ମଧ୍ୟ ଅଛନ୍ତି। ଏହି ସମୟରେ ଯୋଗୀ ସରକାର ପେପର ଲିକ୍‌ ବନ୍ଦ କରିବା ଏବଂ ସାଲ୍‌ଭର ଗ୍ୟାଙ୍ଗ୍‌କୁ ରୋକିବା ପାଇଁ ଏକ ନୂତନ ଆଇନ ଆଣିବାକୁ ଯାଉଛନ୍ତି। ନୂତନ ଆଇନରେ ପେପର ଲିକ୍‌ ଏବଂ ସାଲ୍‌ଭର ଗ୍ୟାଙ୍ଗ୍‌ ଭଳି କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହେବ। ମୋଟା ଅଙ୍କର ଜରିମାନା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଏବଂ ଏପରିକି ଜେଲ୍‌ ପାଇଁ ବ୍ୟବସ୍ଥା ରହିବ ବୋଲି ଜାଣିବାକୁ ମିଳିଛି।

Share