Categories: ଜାତୀୟ

ଯୋଗୀ ସରକାରଙ୍କ ବଡ ଘୋଷଣା: ରାମନଗରୀ ଅଯୋଧ୍ୟାରେ ଆଉ ହେବ ନାହିଁ ମଦ ବିକ୍ରି…

ଲକ୍ଷ୍ନୌ,୨୮।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏହି ଅଞ୍ଚଳରେ ମଦ ବିକ୍ରିକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟା ର ୮୪ କୋସି ପରିକ୍ରମା ଅଞ୍ଚଳରେ ୟୁପି ସରକାର ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ବର୍ତ୍ତମାନ ନା ମଦ ବିକ୍ରି ହେବ ନା କେହି ଏହି ଅଞ୍ଚଳରେ ମଦ କିଣିବାକୁ ସକ୍ଷମ ହେବେ। ଏହି ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ବର୍ତ୍ତମାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବ ।

ଉତ୍ତରପ୍ରଦେଶର ଅବକାରୀ ବିଭାଗ ମନ୍ତ୍ରୀ ନୀତିନ ଅଗ୍ରୱାଲ ଗୁରୁବାର କହିଛନ୍ତି ଅଯୋଧ୍ୟାରେ ୮୪ କୋସି ପରିକ୍ରମା ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ପରିକ୍ରମା ପରିସରରେ ଥିବା ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେ କହିଛନ୍ତି ଶ୍ରୀରାମ ମନ୍ଦିର ପରିସରରେ ମଦ ନିଷେଧାଦେଶ ଲାଗୁ ହୋଇସାରିଛି ଏବଂ ବର୍ତ୍ତମାନ ଏହି ନିଷ୍ପତ୍ତି ନିଆଯାଇଛି। ପରିକ୍ରମା ଅଞ୍ଚଳରେ ଥିବା ମଦ ଦୋକାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ।

Share