Categories: ଜାତୀୟ

ପଶ୍ଚିମବଙ୍ଗରେ ଯୋଗୀ

କୋଲକାତା,୩।୩: ପଶ୍ଚିମବଙ୍ଗରେ ଭୋଟ ବ୍ୟାଙ୍କ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ତୁଷ୍ଟୀକରଣ ରାଜନୀତି କେବଳ ରାଜ୍ୟକୁ ନୁହେଁ, ସମଗ୍ର ଦେଶର ସୁରକ୍ଷା ଲାଗି ବିପଦ ସୃଷ୍ଟି କରିଛି। ଭାଜପାକୁ ଭୋଟ ଦିଅନ୍ତୁ। ଆମେ କ୍ଷମତାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଗୋ ଚାଲାଣ ବନ୍ଦ କରିଦେବୁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗର ମାଲଦାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବ। ୟୁପି ଭାରତରେ ବଳାତ୍କାର ଓ ଅପରାଧର କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଟୁଇଟରରେ ୟୁଜର୍ସ କଡ଼ା ନିନ୍ଦା କରିଛନ୍ତି।

Share