Categories: ଜାତୀୟ

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହା ଜାରି ହୋଇଛି। ପ୍ରତି ସ୍କୁଲରେ ହେଲଥ୍‌ କ୍ଲବ୍‌ ସ୍ଥାପନା କରାଯିବା ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ପ୍ରଥମେ ଲୋକଙ୍କୁ ସାକ୍ଷର କରିଥିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟର ବିକାଶରେ ଜନସଂଖ୍ୟା ବାଧକ ହୋଇଥିବା ଯୋଗୀ କହିଛନ୍ତି। ଏନେଇ ସଚେତନା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ବିରୋଧ କରି ଏସ୍‌ବିଏସ୍‌ପି ପକ୍ଷରୁ ଓମ୍‌ ପ୍ରକାଶ ରାଜଭର କହିଛନ୍ତି ଯେ, ଯୋଗୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପଥ ଅନୁସରଣ କରୁଛନ୍ତି। ଏହି ନୀତି ଅଣାଯିବା ପୂର୍ବରୁ ଳୋକଙ୍କୁ ଶିକ୍ଷିତ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ସନ୍ତାନ ପ୍ରସବ କଲେ ୬ ହଜାର ଟଙ୍କା ଦେଉଛନ୍ତି। ଅପରପକ୍ଷରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କଲେ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏପରିସ୍ଥଳେ ରାଜ୍ୟବାସୀ ଅଧିକ ଟଙ୍କା ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ସେ କହିଛନ୍ତି।

Share