Categories: ଜାତୀୟ

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ ଆଡ୍‌ଭୋକେଟ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗଦେବା ଅବସରରେ ଯୋଗୀ କ୍ରିକେଟ ଖେଳିଥିବା ଭିଡିଓ ସାମ୍ନାକୁ ଆସିଛି।

ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀ ତମ ଅଲ୍‌ ଇଣ୍ଡିଆ ଆଡଭୋକେଟ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ କ୍ରିକେଟ ଖେଳୁଥିବା ଏବଂ ଅଂଶଗ୍ରହଣକାରୀଙ୍କ ସହ ଜଡ଼ିତ ଥିବା ଦେଖିବାକୁ ମିଳିଛି। ଆଡ୍‌ଭୋକେଟମାନଙ୍କୁ ସମ୍ବୋଧିତ କରି ସେ କ୍ରୀଡ଼ାରେ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଏକ ଦଳ ଭାବରେ କାର୍ଯ୍ୟ କରିବାର ମୂଲ୍ୟ ଆମ ଭିତରେ କ୍ରୀଡ଼ା ସୃଷ୍ଟି କରିଥାଏ।

Share