Categories: ଜାତୀୟ

‘ଯୋଗୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଯଦି …’

ଲକ୍ଷ୍ନୌ,୧୦।୧: ଯୋଗୀ ଆଦିତ୍ୟନାଥ ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଯଦି ଏଥର ଜିତି ଯାଆନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ‘ଆଜ ତକ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ଯଦି ଯୋଗୀ ଦ୍ୱିତୀୟ ଥର ପାଇଁ ସରକାରକୁ ଫେରନ୍ତି, ତେବେ କ’ଣ ହେବ? ଏହି ପ୍ରଶ୍ନର ଉତ୍ତରରେ ସମାଜବାଦୀ ପାର୍ଟି ମୁଖ୍ୟ କହିଥିଲେ, “ତା’ ପରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଅତିକମ୍‌ରେ ଏ ନେଇ ଭାଜପା ଚିନ୍ତା କରିପାରେ”। ଫେବୃୟାରୀ ୧୦ ତାରିଖରୁ ୭ ପର୍ଯ୍ୟାୟ ବିଶିଷ୍ଟ ୟୁପି ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଏ ନେଇ ନିର୍ବାଚନ ଆୟୋଗ (ଇସି) ଶନିବାର ନିର୍ବାଚନ ତାରିଖ ଘୋଷଣା କରିଛି।

Share