Categories: ଜାତୀୟ

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼ ନ ଜମାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି। କିନ୍ତୁ ଏହି ମହାମାରୀ କରୋନା ଯୋଗୁ ଏହା ସମ୍ଭବପର ହୋଇପାରିନାହିଁ। ତେଣୁ କରୋନା କାଳରେ ସମସ୍ତ ନିୟମକୁ ପାଳନ କରି ଏହି ବଡ଼ ଆୟୋଜନକୁ ସମ୍ପନ୍ନ କରିବାକୁ ଚାହୁଁଛନ୍ତି ଯୋଗୀ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୂମିପୂଜା ସମୟରେ ଭିଡ଼ ଏକତ୍ରିତ ନ କରିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଘରେ ରହି ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପଭୋଗ କରନ୍ତୁ ଏବଂ ନିଜ ଘରେ ଦୀପ ଜଳାଇବା ସହ ଅଖଣ୍ଡ ରାମାୟଣ ପାଠ କରନ୍ତୁ।

Share