Categories: ଜାତୀୟ

ସମାଜବାଦୀ ପାର୍ଟିରେ ଯୋଗଦେଲେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ ଝଟକା ଲାଗିଛି। ଯୋଗୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ପଛୁଆ ଜାତିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍‌ପି)ରେ ଯୋଗ ଦେଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଏସ୍‌ପି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ବିଏସ୍‌ପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ପରେ ସେ ମାୟାବତୀଙ୍କୁ ଛାଡି ଏସ୍‌ପିରେ ଯୋଗ ଦେଇଥିଲେ।

ବରିଷ୍ଠ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ନେଇ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସାମାଜିକ ନ୍ୟାୟ ଏବଂ ସମାନତା ପାଇଁ ସଂଗ୍ରାମ କରୁଥିବା ଲୋକପ୍ରିୟ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ସମସ୍ତ ନେତା, କର୍ମୀ ଏବଂ ସମର୍ଥକଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ବାଗତ କରାଯାଇଥିବା ଅଖିଳେଶ ଟୁଇଟ୍‌ରରେ ଉଲ୍ଲେଖ କରିଛନ୍ତି।

Share