ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେସିଙ୍ଗା,୨ା୯(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ସହ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଷ୍ଟର ସଦସ୍ୟମାନେ ରବିବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ମା’ଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିର ପରିସରରୁ ଉତ୍ପାଦିତ ରୁଦ୍ରାକ୍ଷ ପ୍ରଦାନ କରିଥିଲେ। ପ୍ରାକୃତିକ ପରିବେଶରେ ଥିବା ଏହି ପୀଠକୁ ବହୁ ପର୍ଯ୍ୟଟକ ଦୂରଦୂରାନ୍ତରୁ ପରିଦର୍ଶନରେ ଆସିଥାନ୍ତି। କିନ୍ତୁ ସରକାରୀ ସ୍ତରରେ ଏହାର ବିକାଶ ଓ ଉନ୍ନୟନ କରାଯାଇ ନାହିଁ। ଏହାର ଉନ୍ନତୀକରଣ ହେଲେ ଅଞ୍ଚଳର ଆର୍ଥିକ ବିକାଶ ହେବ ଓ ବହୁ ଲୋକ ରୋଜଗାର ପାଇପାରିବ ବୋଲି ଟ୍ରଷ୍ଟ ସଦସ୍ୟମାନେ ଦର୍ଶାଇଥିଲେ।

Share