ଦକ୍ଷିଣ କୋରିଆର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ-ୟୋଲ

ସିଓଲ୍‌,୧୦।୫: ଦକ୍ଷିଣ କୋରିଆର ରକ୍ଷଣଶୀଳ ନେତା ୟୁନ ସୁକ ୟୋଲ ମଙ୍ଗଳବାର ଦେଶର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସିଓଲରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ୟୁନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ପରମାଣୁ ନିରସ୍ତ୍ରୀକରଣ କରିବାକୁ ରାଜି ହୁଏ ତେବେ ସେ ଏହାର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ଏକ ଦୃଢ ଯୋଜନା ଉପସ୍ଥାପନ କରିବେ।
ଉତ୍ତର କୋରିଆ ବିରୋଧରେ ସର୍ବଦା କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ୟୁନ ଶପଥ ଗ୍ରହଣ ସମାରୋହରେ ଉତ୍ତର କୋରିଆର ପରମାଣୁ ପରୀକ୍ଷଣ ପ୍ରସ୍ତୁତି ବିଷୟରେ ଉଦ୍ଦିଷ୍ଟ ଚିନ୍ତାଧାରା ବିରୋଧରେ କୌଣସି ଦୃଢ ବାର୍ତ୍ତା ଦେଇ ନାହାନ୍ତି। ଏଥି ସହିତ ଉତ୍ତର କୋରିଆ ମଧ୍ୟ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ଉତ୍ତର କୋରିଆ ପୂର୍ବରୁ ମଧ୍ୟ ପରମାଣୁ ନିରସ୍ତ୍ରୀକରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି।
ମୁଖ୍ୟ ବିରୋଧୀ ପିପୁଲ୍ସ ପାୱାର ପାର୍ଟିର ୬୦ ବର୍ଷୀୟ ୟୁନ୍‌ ୪୮.୬ ପ୍ରତିଶତ ଭୋଟ ଜିତିବା ପରେ ଶାସକ ଡେମୋକ୍ରାଟିକ ପାର୍ଟିର ଲି ଜେ-ମାଇଙ୍ଗଙ୍କୁ ରାଷ୍ଟ୍ରପତି ଦୌଡରୁ ବାହାର କରିଦେଇଥିଲେ। ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ୪୭.୮ ପ୍ରତିଶତ ଭୋଟ ପାଇଛି।

Share