Advertisement

ସୁଗା ହେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪।୯-ଜାପାନର ସର୍ବାଧିକ କାଳ ମୁଖ୍ୟ କ୍ୟାବେନେଟ ସଚିବ ରହି ଆସିଥିବା ୟୋଶିହିଡେ ସୁଗା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋମବାର ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟିର(ଏଲଡିପି)ର ସଭାପତି ନିର୍ବାଚିତ ହେବା ପରେ ସେ ସିଞ୍ଜୋ ଆବେଙ୍କ ସ୍ଥାନରେ ସେପ୍ଟେମ୍ବର ୧୬ରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ଗତମାସ ଶେଷ ଆଡକୁ ଆବେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯିବାକୁ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ଆବେଙ୍କ ଅତି ଘନିଷ୍ଠ ଥିବା ୭୧ ବର୍ଷିୟ ସୁଗା ଏକ କୃଷକ ପରିବାରରୁ ଆସିଛନ୍ତି। ସେ ୧୯୮୭ରେ ୟୋକୋହାମା ସିଟି ନିର୍ବାଚନ ଜିତିଥିଲେ। ତେବେ ସେ ୧୯୯୬ରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share