Categories: ଜାତୀୟ

ଆପଣ ଏତେ ଗମ୍ଭୀର ଯେ…ହଠାତ୍‌ ଏମିତି କହିଦେଲେ ମୋଦି, ଜୋରରେ ହସିବାକୁ ଲାଗିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧।୯: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରତ ମଣ୍ଡପମରେ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ମୋଦି ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ପ୍ରଦାନକୁ ସମର୍ଥନ କରିଛନ୍ତି। ତେବେ ଏହି ସମୟରେ ମୋଦି ଏପରି କିଛି କହିଛନ୍ତି ଯାହାକୁ ଶୁଣି ଜଷ୍ଟିସ ଚନ୍ଦ୍ରଚୂଡ ଜୋର ଜୋରରେ ହସିବାକୁ ଲାଗିଥିଲେ।

ମୋଦି କହିଥିଲେ, ଆପଣମାନେ ଏତେ ଗମ୍ଭୀର ଯେ ମୋତେ ଲାଗୁଛି ଏହି ସମାରୋହ ମଧ୍ୟ ଅତ୍ୟନ୍ତ ଗମ୍ଭୀର ହେବ। ନ୍ୟାୟପାଳିକାର ଅତ୍ୟନ୍ତ ଗମ୍ଭୀର କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ତବ୍ୟ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଦେଶବାସୀ ନ୍ୟାୟପାଳିକାଙ୍କୁ ଏତେ ସମ୍ମାନିତ କରନ୍ତି ଯେ ଏହାକୁ କେବେ ବି ଅବିଶ୍ୱାସ କରାଯାଇ ପାରିବ ନାହିଁ।

ମୋଦି କହିଛନ୍ତି, ଭାରତୀୟମାନେ ସୁପ୍ରିମକୋର୍ଟ ଏବଂ ନ୍ୟାୟପାଳିକା ଉପରେ କେବେ ବି ଅବିଶ୍ୱାସ କରନ୍ତି ନାହିଁ। ତେଣୁ ସୁପ୍ରିମକୋର୍ଟର ଏହି ୭୫ବର୍ଷ ଭାରତର ଗର୍ବକୁ ଆହୁରି ବଢାଇଛି। ଏହା କେବଳ ଗୋଟିଏ ଅନୁଷ୍ଠାନର ଯାତ୍ରା ନୁହେଁ । ଏହା ହେଉଛି ଭାରତର ସମ୍ବିଧାନ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଲୋକତନ୍ତ୍ର ଭାବରେ ଭାରତକୁ ଏହା ପରିପକ୍ୱ କରିଛି।

Share