ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଅନେକ ସଫଳ ଫିଲ୍ମରେ କାମ ରି ନିଜକୁ ଜଣେ ଶକ୍ତିଶାଳୀ ଅଭିନେତ୍ରୀ ବୋଲି ପ୍ରମାଣିତ କରିସାରିଛନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଅନୁଷ୍କାଙ୍କୁ ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ। ନିଜେ ଅନୁଷ୍କା କରଣ ଜୋହରଙ୍କ ଚାଟ୍‌ ଶୋ’ କଫି ଓ୍ବିଥ୍‌ କରଣରେ ଏହା କହିଥିଲେ।
ସେ କହିଥିଲେ ଯେ, ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରକୁ ନୂଆ ଆସିଥିଲେ, ‘ରବ୍‌ ନେ ବନା ଦି ଯୋଡି’ ରେ ସୁଯୋଗ ମିଳିଥିଲା। ଫିଲ୍ମ ବିଷୟରେ କଥା ହେବା ପାଇଁ ଅନୁଷ୍କା ଆଦିତ୍ୟ ଚୋପ୍ରାଙ୍କ ଅଫିସକୁ ଯାଇଥିଲେ। ଫିଲ୍ମରେ ପ୍ରମୁଖ ଚରିତ୍ର ମିଳିଥିବାରୁ ସେ ବହୁତ ଖୁସି ଥିଲେ। ମାତ୍ର ଏହି ସମୟରେ ଆଦିତ୍ୟ ତାଙ୍କୁ କହିଥିଲେ ଯେ, ତୁମେ ବହୁତ ଦକ୍ଷ, କିନ୍ତୁ ଦେଖିବାକୁ ସେମିତି ସୁନ୍ଦର ନୁହଁ। ତେଣୁ ଇଣ୍ଡଷ୍ଟ୍ରିରେ ରହିବା ପାଇଁ ହେଲେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ।
ମାତ୍ର ଅନୁଷ୍କା ବହୁତ ଭାଗ୍ୟବାନ। କାରଣ କ୍ୟାରିୟର ପ୍ରଥମରୁ ତାଙ୍କୁ ଶାହାରୁଖ୍‌ ଖାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ସୁପରହିଟ୍‌ ମଧ୍ୟ ହୋଇଥିଲା। ଏହା ପରେ ସେ ଅନେକ ସଫଳ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତାଙ୍କର ଲୁକ୍‌ ଏବଂ ଅଭିନୟକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରନ୍ତି।

Share