ରାଞ୍ଚି,୧୬।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଏକ କାର୍ଯ୍ୟକ୍ରମରେ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଝାଡଖଣ୍ଡ ଲୋକମାନଙ୍କୁ ସମ୍ବୋଧିତ କରି ସୋରେନ କହିଛନ୍ତି, ସେମାନେ ଆମକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ଜାଣେ ଯଦି ମୁଁ ୫ ବର୍ଷ ରହିବି, ତେବେ ମୁଁ ଆଦିବାସୀମାନଙ୍କୁ ଏତେ ଶକ୍ତିଶାଳୀ କରିବି ଯେ ବାହାରୁ ଆସୁଥିବା ଲୋକଙ୍କୁ ବାହାରକୁ ହଟାଇ ଦିଆଯିବ। ମୁଁ ଜଣ ଜଣଙ୍କୁ ଦେଖିନେବି। ଷଡଯନ୍ତ୍ରକାରୀମାନେ ଏଠାରେ ଶାସନ କରିବେ ନା ଆଦିବାସୀ ତାହା ଆପଣମାନେ ନିଷ୍ପତ୍ତି ନେବେ।
ଖଣି ଖନନ ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ନଭେମ୍ବର ୩ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ସେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତତା ଦର୍ଶାଇ ହାଜର ହୋଇ ନ ଥିଲେ। ଏବେ ତାଙ୍କୁ ନଭେମ୍ବର ୧୭ରେ ପୁଣି ପଚରାଉଚରା ପାଇଁ ଡକାଯାଇଛି।