Categories: ଜାତୀୟ

ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା: ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା। ଦୁଇ କୁକି ମହିଳାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବାପରେ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏନେଇ ସଂସଦରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କେଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ସେ କହିଛନ୍ତି, ସବୁ ବିରୋଧୀ ମିଶି ମଣିପୁର ପ୍ରସଙ୍ଗରେ ର୍ଚ୍ଚା କରିବା ନେଇ ନୋଟିସ ଦେଇଛୁ। ବର୍ତ୍ତମାନ ରାଜ୍ୟସଭା ଅଧ୍ୟକ୍ଷ ଚର୍ଚ୍ଚା ନେଇ ଏହାକୁ ଅନୁମତି ଦେବେ କି ନାହିଁ ଦେଖିବା ବାକି ରହିଲା। ପ୍ରଧାନମନ୍ତ୍ରୀ ଏନେଇ ନୀରବ ଅଛନ୍ତିି। ମୋଦୀଙ୍କ ୩୮ଟି ଦଳକୁ ଡାକି ଏନଡିଏ ବୈଠକ କରିବାକୁ ସମୟ ଅଛି କିନ୍ତୁ ମଣିପୁର ଯିବାକୁ ସମୟ ନାହିଁ ବୋଲି ଖାର୍ଗେ କହିଛନ୍ତି।

Share