Categories: ଫୁରସତ

ଭାରତର ଏହି ଷ୍ଟେଶନରୁ ଚାଲିଚାଲି ଯାଇପାରିବେ ଲଙ୍କା, ଭିସା-ପାସପୋର୍ଟ ବି ଲୋଡା ନାହିଁ…

ଲଙ୍କା କଥା ପଡ଼ିଲେ ରାବଣର ନଗରୀ କଥା ମନକୁ ଆସେ। ତେବେ ଭାରତର ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠାରୁ ଲଙ୍କା ଯିବା ବେଶ ସହଜ। ତାହା ହେଲା ବନାରସ ଷ୍ଟେଶନ। ଏଠାରେ ଓହ୍ଲାଇ ଚାଲିଚାଲି ଯେକେହି ଲଙ୍କା ଯାଇପାରିବ। ଏଥିଲାଗି କୌଣସି ଭିସା କିମ୍ବା ପାସପୋର୍ଟର ଆବଶ୍ୟକତା ପଡ଼ିବ ନାହିଁ। ଆପଣ ଏହି ଲଙ୍କାକୁ ଶ୍ରୀଲଙ୍କା ବୋଲି ଭାବୁଛନ୍ତି କି? ନାଁ, ଏହା ହେଉଛି ବାରାଣସୀରେ ଥିବା ଏକ ଛୋଟ ସ୍ଥାନ। ଏଠାରେ ଲଙ୍କା ଥାନା ମଧ୍ୟ ରହିଛି। ବାରାଣସୀ ଜଙ୍କ୍ସନରୁ ବନାରସ ଷ୍ଟେଶର ଦୂରତା ୨ କିମି ହେବ। ପୂର୍ବେ ଏହା ମଣ୍ଡୁଆଡିହ ନାମରେ ଜଣାଶୁଣା ଥିଲା। ଏବେ ଏହାର ନାମ ବନାରସ ଷ୍ଟେଶନ ହୋଇଛି।

Share