ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ ଭିତରକୁ ଆସୁଥିବା ବାରମଜା କିଣି ଖାଇଥାନ୍ତି ତ କେବେ ଷ୍ଟେଶନରେ ଟ୍ରେନ ଅଟକିଲେ ଖାଦ୍ୟ କିଣିଥାନ୍ତି। କିନ୍ତୁ ବେଳେବେଳେ ରାତ୍ରୀ ଯାତ୍ରାରେ ଖାଦ୍ୟ ମିଳିବା ସହଜ ହୋଇ ନ ଥାଏ। କିନ୍ତୁ ବର୍ତ୍ତମାନ ଏହି ଟେନଶନ ଆପଣଙ୍କ ଦୂର ହୋଇଗଲା। ଅର୍ଥାତ୍‌ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନରେ ଜୋମାଟୋର ବ୍ୟବସ୍ଥା କରିଛି। ଆପଣ ଏବେ ନିଜ ସିଟ୍‌ରେ ବସି ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ।

କେବଳ ଘରେ ନୁହେଁ ଆମେ ବାହାରକୁ କୁଆଡେ ଯାତ୍ରା କଲେ ସ୍ବାସ୍ଥ୍ୟକର ଖାଦ୍ୟ ଖୋଜିଥାଉ। ତେବେ ଟ୍ରେନ୍‌ ଯାତ୍ରାରେ ଗୋଟିଏ ସ୍ଥାନରେ ବସି ଏହାକୁ ଖୋଜିବା ସହଜ ହୁଏନାହିଁ। କିନ୍ତୁ ବର୍ତ୍ତମାନ ଏହି ସୁବିଧା ଦ୍ୱାରା ଟ୍ରେନ୍‌ ଯାତ୍ରାରେ ଯେତେବେଳେ ବି ଖାଦ୍ୟ ଅର୍ଡର କରିପାରିବେ।

ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜମାଟୋ ଅନଲାଇନ ମାଧ୍ୟମରେ ୧୦୦ରୁ ଅଧିକ ରେଳଷ୍ଟେଶନରେ ଉପଲବ୍ଧ ହେଉଛି। ଯାତ୍ରୀଙ୍କ ପାଇଁ ଟ୍ରେନର ପ୍ରତି କୋଚ୍‌ରେ ଖାଦ୍ୟ ପହଞ୍ଚାଯିବ। ତେବେ ଆପଣ ଯଦି ଯାତ୍ରା ସମୟରେ ଖାଇବା ଅର୍ଡର କରିବାକୁ ଚାହୁଁଛନ୍ତି ତେବେ Zomato ଆପ୍‌କୁ ଅନଲାଇନ୍‌ ଭିଜିଟ୍‌ କରି କୌଣସି ବି ଖାଦ୍ୟ ଅର୍ଡର କରିପାରିବେ। ଯାତ୍ରୀମାନଙ୍କୁ ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ନିଜର PNR ନମ୍ବର ଦେବାକୁ ପଡିବ।

Share