Categories: ଫୁରସତ

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ ବୋଲି ଅଭିଯୋଗ କରିଥାନ୍ତି। ଏହା ପଛରେ କାରଣଟି ହେଲା ଖର୍ଚ୍ଚର ଆକଳନ କରି ନ ପାରିବା, ଫଳରେ ଅଦରକାରୀ ଖର୍ଚ୍ଚରେ ଅଧିକ ଟଙ୍କା ଶେଷ ହୋଇଯାଇଥାଏ। ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହେବ। ଆମେ ଆପଣଙ୍କୁ ସଞ୍ଚୟର ୫୦:୩୦:୨୦ ଫର୍ମୁଲା ବିଷୟରେ କହିବୁ। ଏହି ଫର୍ମୁଲାକୁ ବ୍ୟବହାର କରି ଆପଣ କମ୍‌ ସମୟରେ ବେଶ ଭଲ ଉପାୟରେ ଅଧିକ ଟଙ୍କା ସଞ୍ଚୟ କରିପାରିବେ।

୫୦:୩୦:୨୦ ଫର୍ମୁଲା କ’ଣ?
ଏହି ଫର୍ମୁଲାରେ ଆପଣଙ୍କୁ ଆପଣଙ୍କ ଦରମାକୁ ୩ ଭାଗରେ ବିଭକ୍ତ କରିବାକୁ ହେବ। ଏହାକୁ ଆପଣ ନିଜର ଆବଶ୍ୟକ ଖର୍ଚ୍ଚ, ଉପଭୋଗ କରିବାକୁ ଏବଂ ନିବେଶ କରିବାକୁ କରିବା ଉଚିତ। ଫର୍ମୁଲା ମୁତାବକ ମୋଟ ଦରମାର ୫୦% ଅର୍ଥାତ ଅଧା ଦରମା ଆବଶ୍ୟକ କାମରେ, ୩୦% ନିଜର ଆବଶ୍ୟକତା ପୂରଣ ପାଇଁ ଏବଂ ବାକି ୨୦% ସଞ୍ଚୟ ପାଇଁ କରିବା ଉଚିତ।

ଉଦାହରଣ:
ଧରି ନିଅନ୍ତୁ ଆପଣଙ୍କ ଦରମା ୬୦୦୦୦ ଟଙ୍କା। ଏହି ଦରମାରେ ୫୦:୩୦:୨୦ ଫର୍ମୁଲା ପକାନ୍ତୁ। ଏମିତିରେ ୩୦୦୦୦ ଟଙ୍କା ଘର ଚଳାଇବା ଲାଗି(ଘର ଭଡ଼ା ନଚେତ ଇଏମ୍‌ଆଇ, ଗ୍ରୋସରୀ, ଶିକ୍ଷା) ଉପରେ ଖର୍ଚ୍ଚ କରିପାରିବେ। ଏହାପରେ ଆପଣ ନିଜ ଦରମାର ୩୦% ଅର୍ଥାତ ୧୮୦୦୦ ଟଙ୍କା ନିଜର ଆବଶ୍ୟକତା ପୂରଣ କରିବା ଲାଗି, ବାହାରେ ବୁଲିବା, ଖାଦ୍ୟପେୟ, ଫିଲ୍ମ ଦେଖିବା ଆଦିରେ ବିନିଯୋଗ କରିପାରିବେ। ବାକି ୨୦% ଆପଣ ନିବେଶ/ସଞ୍ଚୟ ଲାଗି ବ୍ୟବହାର କରିପାରିବେ।

Share