ଘରେ ବସି ଦେଖିପାରିବେ ନନ୍ଦନକାନରର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସିପାରୁ ନ ଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସିପାରୁ ନାହାନ୍ତି , ତେବେ ସେମାନେ ଘରେ ବସି ନନ୍ଦନକାନରର ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ। ନନ୍ଦନକାନନର ସମସ୍ତ ଜୀବଜନ୍ତୁଙ୍କ ଭିଡିଓ ଓ୍ବେବସାଇଟ୍‌ରେ ଅପଲୋଡ୍‌ କରାଯାଇଛି। nandankanan.org ଓ୍ବେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶକୁ ଉପଭୋଗ କରିପାରିବେ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ମହାମାରୀ କରୋନା ପାଇଁ ଦୀର୍ଘ ୭ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଗତ ୪ ତାରିଖଠାରୁ ଖୋଲିଛି। ପର୍ଯ୍ୟଟକମାନେ କାଉଣ୍ଟର ଓ ଅନ୍‌ଲାଇନ୍‌ରେ ଟିକଟ କିଣି ପ୍ରାଣୀ ଉଦ୍ୟାନର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏଥିପାଇଁ ସ୍ବଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।

Share