Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ,୩।୨: ଲୋକସଭାରେ ରାଷ୍ଟ୍ରପତି ରାମନାଥ ଅଭିଭାଷଣ ଉପରେ ବିତର୍କ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭୁଲ କରିଛନ୍ତି। ଏହାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କୁ ଗାଳି କରିଛନ୍ତି।
ସଂସଦରେ ରାହୁଲ ଗାନ୍ଧୀ ବୁଧବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତ। ଏହି ସମୟରେ ସେ ଭାଜପା ଏମ୍‌ପି କମଲେଶ ପାଶୱାନଙ୍କ ନାମ ମଧ୍ୟ ନେଇଥିଲେ। କମଲେଶ ପାଶୱାନ ଏହାକୁ ବିରୋଧ କରି ନିଜ ଆସନରୁ କହିବା ଆରମ୍ଭ କରିଥିଲେ। ଏହା ଦେଖି ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଜଣେ ଗଣତାନ୍ତ୍ରିକ ବ୍ୟକ୍ତି ଏବଂ ମୁଁ ଅନ୍ୟ ଜଣକୁ କହିବାକୁ ଅନୁମତି ଦେବି। ଏହା ପରେ ଓମ ବିର୍ଲା ରାଗିଯାଇ ରାହୁଲ ଗାନ୍ଧୀଙ୍କୁ ତାଗିଦ କରି କହିଥିଲେ ‘ତୁମେ ଏହି ଅନୁମତି ଦେବାକୁ କିଏ? ତୁମେ ଅନୁମତି ଦେଇ ପାରିବ ନାହିଁ, ଏହା ମୋର ଅଧିକାର।
ସୂଚନାଯୋଗ୍ୟ, ବୁଧବାର ସଂସଦରେ ଭାଜପା ଏମ୍‌ପି କମଲେଶ ପାଶୱାନ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାହୁଲ ଗାନ୍ଧୀ କହିଥିଲେ, ପାଶୱାନ ଭୁଲ ପାର୍ଟିରେ ଅଛନ୍ତି ଏବଂ ସେଠାରେ ତାଙ୍କ ବଳିଦାନକୁ କେହି ଗୁରୁତ୍ୱ ଦେଉ ନାହାଁନ୍ତି। ଏହାପରେ ପାଶୱାନ କହିଛନ୍ତି, ମୁଁ ଦଳିତ ସମ୍ପ୍ରଦାୟରୁ ଆସିଛି। ଭାଜପା ମୋତେ ତିନିଥର ଗୃହକୁ ପଠାଇଛି ଏବଂ ମୋତେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଛି। ଏହାଠାରୁ ମୋ ପାଇଁ କ’ଣ ବଡ଼ ପଦ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

Share