ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ ଦେଖାଇ ନେଇପାରିବେ। ସେମାନଙ୍କୁ ଇ-ପିଓଏସ୍‌ରେ ଆଙ୍ଗୁଳି ଛାପ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଶନିବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ହିତାଧିକାରୀମାନେ ଆଧାର ଲିଙ୍କ୍‌ ହୋଇଥିବା ବାୟୋମେଟ୍ରିକ୍‌ ଜରିଆରେ ରାଶନ ନେଉଥିଲେ। ରାଶନ ଦେବା ପୂର୍ବରୁ ଡିଲରମାନେ ସେମାନଙ୍କର ଆଙ୍ଗୁଳି ଛାପ କିମ୍ବା ଆଇଆର୍‌ଆଇଏସ୍‌ ସ୍କାନର ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ କରି ଖାଦ୍ୟସାମଗ୍ରୀ ଯୋଗାଉ ଥିଲେ। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ରଦ୍ଦ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Share