ଓଡ଼ିଆରେ ଦେଖିପାରିବେ ‘ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର,୧୧।୮(ଶର୍ମିଷ୍ଠା ପାଣିଗ୍ରାହୀ) : ୱେବ୍‌ସିରିଜ୍‌ ‘ଜେଙ୍ଗାବୁରୁ କର୍ସ’ ବୁଧବାର ସୋନି ଲାଇଭ୍‌ରେ ପ୍ରସାରିତ ହୋଇଛି। ଏହା ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କାହାଣୀର ନିର୍ଦ୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ଏହା ହେଉଛି ଭାରତର ପ୍ରଥମ କ୍ଲାଏ-ଫାଇ ଥ୍ରୀଲର ସିରିଜ। ଓଡ଼ିଶାର ଖଣି, ପ୍ରାକୃତିକ ସମ୍ପଦକୁ ନେଇ ପ୍ରସ୍ତୁତ ଏହି ସିରିଜ୍‌ ଓଡ଼ିଆରେ ରିଲିଜ୍‌ ହେବ। ବିଶେଷକରି ମନୁଷ୍ୟର ଲୋଭ କିଭଳି ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ଦେଉଛି ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟାରେ ପରିଗଣିତ ହେଉଛି ତାହା ଏହି ସିରିଜ ମାଧ୍ୟମରେ ଦର୍ଶାଯାଇଛି। ତେବେ ଏହି ସିରିଜ୍‌ରେ ଫରିଆ ଅବଦୁଲ୍ଲା, ଏମ୍‌ ନାସିର୍‌ ଓଡ଼ିଶାରେ ଶୁଟିଂ ସମୟରେ ଅନୁଭୂତିକୁ ବଖାଣିିଛନ୍ତି। ରବୀଚନ୍ଦ୍ରନ୍‌ ରାଓ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ନାସିର୍‌ କହିଛନ୍ତି, ‘ଏହି ଶୁୁଟିଂ ପାଇଁ ଓଡିଶା ଗସ୍ତ ମୋତେ ଭାରତର କେନ୍ଦ୍ରକୁ ନେଇଥିଲା। ସେଠାରେ ମୁଁ ଖୁବ୍‌ ରୋମଞ୍ଚତ୍ତ ହୋଇଥିଲି। ଯେତେବେଳେ ଆମେ ସେଠାରେ ଶୁଟିଂ କରିଥିଲୁ ସେତେବେଳେ ମୁଁ ଅନୁଭବ କରିଥିଲି କାହିଁକି ଓଡିଶାକୁ ଭାରତର ସର୍ବୋତ୍ତମ ଲୁକ୍କାୟିତ ରହସ୍ୟ ବୋଲି କୁହାଯାଏ। ପ୍ରକୃତିର କୋଳରେ ରହିବା ପରି ଅନଭୁବ ହୋଇଥିଲା। ମୋର ଓଡିଶା ସମ୍ପର୍କରେ ସ୍ବଳ୍ପ ଜ୍ଞାନ ଥିଲା, କିନ୍ତୁ ସେଠାରେ ରହିବା ପରେ, ସ୍ଥାନୀୟ ଲୋକଙ୍କ ସହ ସମୟ ବିତାଇବା ପରେ ମୁଁ ସେମାନଙ୍କର କଳା ଓ ସଂସ୍କୃତି ସହ ପରିଚିତ ହୋଇଥିଲି। ଲୋକମାନେ ଖୁବ୍‌ ସରଳ ଓ ନମ୍ରତାରେ ପରିପୂର୍ଣ୍ଣ।
ସେହିପରି ସିରିଜ୍‌ରେ ପ୍ରିୟମ୍ବଦା ଦାସଙ୍କ ଚରିତ୍ରରେ ଅଭିନୟ କରିଥିବା ତାଙ୍କର ସହ ଅଭିନେତ୍ରୀ ଫାରିଆ କହିଛନ୍ତି, ଜଙ୍ଗଲ ଓ ଜନବସତି ଅଞ୍ଚଳରେ ରହି ମୁଁ ଓଡିଶାର ଲୋକଙ୍କ ଜୀବନଶୈଳୀର ସରଳତା ସହ ଜଡିତ ହୋଇପାରିଥିଲି। ଏହା ମୋର ମସ୍ତିଷ୍କ ଓ ଶରୀର ପାଇଁ ଡିଟକ୍ସ ଭଳି ଥିଲା। ଏହି ସରିଜ୍‌ ଓଡ଼ିଆ ଭାଷାରେ ମଧ୍ୟ ଆସୁଛି, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଲୋକ ଏହି ସିରିଜ୍‌କୁ ଦେଖିବା ସହ ଏହାର ଉଦ୍ଦେଶ୍ୟକୁ ବୁଝିପାରିବେ। ଏହି ସିରିଜ୍‌ରେ ବାହାର କଳାକାରମାନେ ପ୍ରମୁଖ ଭୂମିକାରେ ଥିବା ବେଳେ ଓଡ଼ିଶାର କିଛି କଳାକାର ଅଭିନୟ କରିବାର ସୁଯୋଗପାଇଛନ୍ତି। ଅଭିନେତା ହର ରଥ, ଶକ୍ତି ବରାଳ, ଉଦିତ ଗୁରୁ, ସତ୍ୟରଞ୍ଜନ, ନାଟ୍ୟକାର ମନୋଜ ପଟ୍ଟନାୟକ, ଅଭିନେତ୍ରୀ ରେହା ରଶମ୍‌ ବରୀ, ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି।

Share