Posted inଜାତୀୟ

ଜଣେ ଶିଶୁକୁ ହତ୍ୟା କରିପାରିବୁନି

ନୂଆଦିଲ୍ଲୀ,୧୩ା୧୦:ଆମେ ଜଣେ ଶିଶୁକୁ ହତ୍ୟା କରିପାରିବୁ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଜନ୍ମିତ ପିଲା ତଥା ଜୀବନ୍ତ ଭ୍ରୂଣ ଏବଂ ନିଜ ଶରୀର ଉପରେ ମା’ର ନିଷ୍ପତ୍ତି ସ୍ବାୟତ୍ତତା ଅଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଜରୁରୀ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଏଥିସହ ଗର୍ଭ ନଷ୍ଟ ଅନୁମତି ଉପରେ ଆପତ୍ତି ଜଣାଇଥିବା କେନ୍ଦ୍ରକୁ ମହିଳାଙ୍କ ଓକିଲଙ୍କ ଜରିଆରେ ତାଙ୍କ ସହ ଆଲୋଚନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ ଗର୍ଭବତୀ ମହିଳାଙ୍କ ଓକିଲଙ୍କୁ କହିଥିଲେ, ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ବନ୍ଦ କରିବା ପାଇଁ ଆମ ଜରିଆରେ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ) ଡାକ୍ତରମାନଙ୍କୁ କୁହାଇବାକୁ ଆପଣ ଚାହୁଁଛନ୍ତି କି? ମହିଳାଙ୍କ ଓକିଲ ‘ନା’ କହିବାରୁ ଖଣ୍ଡପୀଠ କହିଥିଲେ, ଯଦି ମହିଳା ଜଣକ ୨୪ ସପ୍ତାହ ଅପେକ୍ଷା କରିପାରିଲେ ଆଉ କିଛି ସପ୍ତାହ ପାଇଁ ଭ୍ରୂଣକୁ ଗର୍ଭରେ ରଖିପାରିବେ ନାହିଁ? କାରଣ ଏକ ସୁସ୍ଥ ଶିଶୁ ଜନ୍ମ ନେବାର ସମ୍ଭାବନା ରହିଛି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି କହିଥିଲେ, ଆବେଦନକାରୀଙ୍କ ଓକିଲ ଜଣେ ବଳାତ୍କାର ପୀଡ଼ିତାଙ୍କୁ ଗର୍ଭ ନଷ୍ଟ ପାଇଁ କୋର୍ଟ ଦେଇଥିବା ଅନୁମତିର ଅବତାରଣା କରିଛନ୍ତି। କିନ୍ତୁ ସଦ୍ୟ ମାମଲାର ଆବେଦନକାରୀ ଜଣେ ବଳାତ୍କାର ପୀଡ଼ିତା ନୁହନ୍ତି। ସେ ନାବାଳିକା ମଧ୍ୟ ନୁହନ୍ତି। ଗତ ୨୬ ସପ୍ତାହ ଧରି ସେ କ’ଣ କରୁଥିଲେ? ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ର ସାମିଲ ଥିବା ଏହି ଖଣ୍ଡପୀଠ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ପରବର୍ତ୍ତୀ ଶୁଣାଣି କରାଯିବା ପୂର୍ବରୁ ମହିଳାଙ୍କ ସହ ଆଲୋଚନା କରିବା ନିମନ୍ତେ ତାଙ୍କ ଓକିଲ ଓ କେନ୍ଦ୍ରର ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲା କ’ଣ

ଜଣେ ୨୭ ବର୍ଷୀୟା ବିବାହିତା ମହିଳାଙ୍କ ୨ ସନ୍ତାନ ଥିବାବେଳେ ସେ ତୃତୀୟ ପିଲାକୁ ଗର୍ଭରେ ଧାରଣ କରିଛନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ, ଆର୍ଥିକ ଓ ମାନସିକ ସମସ୍ୟା ଯୋଗୁ ଗର୍ଭସ୍ଥ ଶିଶୁର ଲାଳନପାଳନ କରିବାରେ ଅସମର୍ଥ ଥିବା ଦର୍ଶାଇ ୨୬ ସପ୍ତାହର ଗର୍ଭ ନଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨ ମହିଳା ବିଚାରପତି ଜଷ୍ଟିସ୍‌ ହିମା କୋହଲି ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏନେଇ ତାଙ୍କୁ ଅନୁମତି ଦେଇଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ଏକ ଡାକ୍ତରୀ ରିପୋର୍ଟ ସହ ରିକଲ୍‌ ଆପ୍ଲିକେଶନ୍‌ ଦାଖଲକରି ରାୟ ବଦଳାଇବାକୁ ନିବେଦନ କରିଥିଲେ। ବୁଧବାର ୨ ବିଚାରପତି ଏହା ଉପରେ ବିଭାଜିତ ରାୟ ଦେବା ସହ ଉଚିତ ବିଚାର ପାଇଁ ମାମଲାକୁ ବୃହତ୍‌ ପୀଠ ନିକଟକୁ ପଠାଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁବାର ଆବେଦନର ଶୁଣାଣି କରି ଅଜନ୍ମିତ ଶିଶୁ ଓ ସମ୍ପୃକ୍ତ ମହିଳାଙ୍କ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନେବା ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri