Categories: ଜାତୀୟ

‘ତୁମେ ମୋ ଜୀବନ ବଦଳାଇ ଦେଲ’

ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ର ପେଜ୍‌ରେ ତାଙ୍କର କିଛି ପୁରୁଣା ଫଟୋ ଶେୟାର କରିବା ସହ ସ୍ତ୍ରୀ ସୀମାଙ୍କ ଉଦ୍ଦେଶ୍ୟରେ କିଛି ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ତୁମେ ମୋ ଜୀବନକୁ ପୂରା କରିଛ। ମୋ ଜୀବନକୁ ତୁମେ ବଦଳାଇ ଦେଲ। ସୀମା ହାପି ମ୍ୟାରେଜ୍‌ ଆନିଭର୍ସାରି।

ପୀୟୂଷ ଯେଉଁ ଫଟୋ ଶେୟାର କରିଛନ୍ତି ଏଥିରେ ଗୋଟିଏ ତାଙ୍କ ବିବାହ ବେଳର। ଆଉ ଗୋଟିଏ ଫଟୋରେ ସ୍ତ୍ରୀ ସୀମାଙ୍କ ସହ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଡିସେମ୍ବର ୧ରେ ପୀୟୂଷ ତାଙ୍କର ୩୦ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ମନ୍ତ୍ରୀଙ୍କ ଟୁଇଟ୍‌ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି,ତୁମର ସୁସ୍ଥ ଏବଂ ଆନନ୍ଦମୟ ଜୀବନ କାମନା କରୁଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲେଖିଛନ୍ତି, ଆପଣ ଦୁଇଜଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରୁହ ଏହି କାମନା କରୁଛି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଦୁଇଜଣଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି।

Share