Categories: ଜାତୀୟ

ଜେଲରେ ଅନିଲ ଦେଶମୁଖଙ୍କୁ ଘର ଖାଦ୍ୟ ମନା

ମୁମ୍ବାଇ,୧୫।୧୧: ଚଳିତ ମାସ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ତାଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ପୁଣି ତାଙ୍କୁ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ଅନିଲ ଦେଶମୁଖଙ୍କ ତରଫରୁ ଜେଲରେ ଘର ଖାଦ୍ୟ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ତାଙ୍କର ଏହି ଆବେଦନକୁ ସ୍ବତନ୍ତ୍ର କୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ପ୍ରଥମେ ଜେଲ ଖାଦ୍ୟ ଖାଅ, ଯଦି ଏଥିରେ କୌଣସି ତ୍ରୁଟି ବାହାରେ ତେବେ ପରେ ମୁଁ ବିଚାର କରିବି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଶଯ୍ୟା ପାଇଁ ମଧ୍ୟ ଦେଶମୁଖଙ୍କ ତରଫରୁ ଆବେଦନ କରାଯାଇଥିଲା, ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି।
ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କୁ ନଭେମ୍ବର ୯ରେ ଗିରଫ କରାଯାଇଥିଲା। ମୁମ୍ବାଇରେ ଥିବା କାର୍ଯ୍ୟାଳୟରେ ତାଙ୍କୁ ୧୨ ଘଣ୍ଟା ପଚାରାଉଚରା କରିବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Share