Posted inଜାତୀୟ

ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍‌ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଶୀର୍ଷ ନ୍ୟାୟଳୟ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବେଞ୍ଚ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି। ଶୁଣାଣିବେଳେ ଚନ୍ଦ୍ରଚୂଡ କହିଛନ୍ତି, ନ୍ୟାୟଳୟଙ୍କର ସବୁ ଆଦେଶ ପାଳନ କରିବା ଆବଶ୍ୟକ। ନ୍ୟାୟଳୟ ଆଦେଶରେ ଶାସିତ ହୋଇଥିବା ସବୁ ପକ୍ଷ, ଯିଏ ଅପିଲ ଆଦିରେ ନିର୍ଭର କରିଥାଏ ସେ ଆଦେଶକୁ ପାଳନ କରିବା ପାଇଁ କର୍ତ୍ତବ୍ୟବଦ୍ଧ ଅଟନ୍ତି।

ତେବେ ଯାଚିକାକୁ ନେଇ ଅସନ୍ତୋଷ ଝାଡିବା ସହ କୋର୍ଟ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି, କିପରି ଏହିସବୁ ଯାଚିକାକୁ ବିଚାର କରି ଏପରି ଆଦେଶକୁ ପାରିତ କରାଯାଇ ପାରିବ? କୋର୍ଟ ତାମିଲନାଡୁର ମଇଦୁର ନିବାସୀ ଯାଚିକାକର୍ତ୍ତା-ଓକିଲ କେକେ ରମେଶଙ୍କୁ ବରିଷ୍ଠ ଆଇନଜୀବୀଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖିବାକୁ ପରାମର୍ଶ ଦେଇଛନ୍ତି।

ଶେଷରେ କୋର୍ଟ କହିଛନ୍ତି, ‘ଆମେ ପୂର୍ବରୁ ମଧ୍ୟ କହିଛୁ, ଏପରି ଯାଚିକା ଦାୟର କରନ୍ତୁ ନାହିଁ। ନ୍ୟାୟଳୟଙ୍କ ଆଦେଶକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଯେଉଁଠାରେ ଅନୁପାଳନ ହୁଏନି ସେଠାରେ ନିର୍ଦ୍ଦେଶ ଦିଆଯାଏ। କାନୁନ୍‌ ଏହା କି, ଆପଣଙ୍କୁ ପାରିତ କରାଯାଇଥିବା ଆଦେଶକୁ ପାଳନ କରିବାକୁ ପଡିବ’।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri