Categories: ଫୁରସତ

ଏମିତି ଓ୍ବିଗ୍‌ ଦେଖି ନ ଥିବେ

କେଶ୍‌ରେ ଓ୍ବିଗ୍‌ ବା ନକଲି କେଶ ଅନେକେ ଲଗାନ୍ତି। କୌଣସି ରୋଗ ଯୋଗୁ କେଶ ଉପୁଡି ଯାଇଥିଲେ ଅବା ସୁନ୍ଦରତା ପାଇଁ ବି ଅନେକେ ଓ୍ବିଗ୍‌ ବ୍ୟବହାର କରନ୍ତି। ତେବେ ଜାଣନ୍ତି କି ଦାନି ରେନୋଲ୍ଡସ୍‌ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ଓ ଓସାରିଆ ଓ୍ବିଗ୍‌। ଯାହାର ଓସାର ୮ ଫୁଟ୍‌ ୬ ଇଞ୍ଚ ଅଟେ। ଉକ୍ତ ଓ୍ବିଗ୍‌କୁ ତିଆରି କରିବା ଲାଗି ଦାନି ଓ ତାଙ୍କ ସହକର୍ମୀ ମେଗ୍‌ ଓ୍ବିଲସନ୍‌ଙ୍କୁ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା। ଆଉ ଖର୍ଚ୍ଚ ହୋଇଥିଲା ୪୦୦୦ ଡଲାର। ଦାନିଙ୍କୁ ଏହି ଓ୍ବିଗ୍‌ ତିଆରି କରିବାରେ ଚ୍ୟାଲେଞ୍ଜ ଥିଲା ଯେ, ଓ୍ବିଗ୍‌ଟି କିଭଳି ପିନ୍ଧୁଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଭାରସାମ୍ୟ ରକ୍ଷା କରି ରହିବ ଓ ତାଙ୍କୁ ଏହାର ଓଜନ ଯୋଗୁ କଷ୍ଟ ନ ହେବ। ତେଣୁ ଏହାକୁ ତିଆରି କରିବାବେଳେ ଏହାର ସପୋର୍ଟ ଷ୍ଟ୍ରକ୍ଚର୍‌ ପାଇଁ ହେଲମେଟ୍‌, ପିଭିସି ପାଇପ୍‌, ପୁଲ୍‌ ନୁଡଲ୍ସ, କେବଲ ଟାଇସ୍‌ ଓ ଆଲୁମିନିୟମ ରଡ୍‌ ଆଦିକୁ ବ୍ୟବହାର କରିଥିଲେ। ଆଉ ଏହି ବଡ଼ ଓ୍ବିଗ୍‌କୁ ସଫଳଭାବେ ତିଆରି କରିଥିଲେ।

Share