ଆହୁରି ସତର୍କ ହେବାକୁ ପଡିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ହଜାର ତଳେ ରହୁଛି ସଂକ୍ରମଣ, ଏହା ରାଜ୍ୟ ପାଇଁ ଖୁସି ଖବର। କେବଳ ଗୋଟିଏ ଜିଲାକୁ ଛାଡି ଆଉ ସବୁ ଜିଲାରେ ଟେଷ୍ଟ ପଜିଟିଭ୍‌ ରେଟ ୫ ପ୍ରତିଶତ ତଳେ ରହିଛି । ତେଣୁ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲିି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ପଜିଟିଭ ଥିବା ଅଞ୍ଚଳରେ ସର୍ଭିଲାନ୍ସ ଚାଲିଛି । ପ୍ରତିଦିନ ୬୦ ହଜାର ଉପରେ ଟେଷ୍ଟିଂ କରାଯାଉଛି । ସଂକ୍ରମଣ କମୁଥିବାରୁ କୋଭିଡ୍‌ ସାର୍ଟିଫିକେଟ ବାଧ୍ୟତାମୂଳକ ନା ନାଇଁ ସେନେଇ ସରକାର ସାମଗ୍ରିକ ଭାବେ ନିଷ୍ପତ୍ତି ନେବେ । ସରକାର ଓ ସ୍ବାସ୍ଥ୍ୟ ବିଭାଗ ଲଗାତର ଭାବରେ କରୋନା ସ୍ଥିତି ଉପରେ ନଜର ରଖିଛନ୍ତି ।

Share