ଆମ ଉପରେ ଜଳବାୟୁ ପରିବର୍ତ୍ତନର ପରିଣାମ ଧୀରେ ଧୀରେ ଅନୁଭୂତ ହେଉଛି। ଏହାର ଉତ୍ତରଦାୟିତ୍ୱ ବର୍ତ୍ତମାନର ପିଢି ନେଉନାହାନ୍ତି। ୧୯୮୦ରେ ସାମ୍ନାକୁ ଆସିଥିବା ‘ଗ୍ରୀନ୍ ହାଉସ ଗ୍ୟାସ୍’, କ୍ଲୋରୋଫ୍ଲୋରକାର୍ବନ’ ଏବଂ ‘ହୋଲ୍ ଇନ୍ ଓଜୋନ ଲେୟାର’ ଭଳି ବାକ୍ୟାଂଶ ବା ଶବ୍ଦଗୁଡ଼ିକ ଜଳବାୟୁ ପରିବର୍ତ୍ତନର ଆଭାସ ଦେଇଥିତ୍ଲା। ଏହା ମଧ୍ୟ ସମସ୍ତଙ୍କର ମନେଥିବ। ଏପରି କି ଏହି ଶବ୍ଦ ବା ବାକ୍ୟାଂଶଗୁଡ଼ିକ ସ୍କୁଲ୍ରେ ପ୍ରଚଳିତ ହୋଇଥିଲା । ୩୫ ବର୍ଷ ପୂର୍ବେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସମସ୍ତେ ଅବଗତ ଥିଲେ ମଧ୍ୟ ଏହା ଉପରେ ଖୁବ୍ କମ୍ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଏବେ ବି ଏ କ୍ଷେତ୍ରରେ ମଧ୍ୟ ଖୁବ୍ କମ୍ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ପଛରେ କାରଣଗୁଡ଼ିକ ରହିଛି। ଗୋଟିଏ କାରଣ ହେଉଛି, କାର୍ବନ ନିର୍ଗମନ ଜାରି ରଖିବା ପାଇଁ ଚାହଁୁଥିବା ଦୁଇଟି ଲବି। ବ୍ୟବସାୟିକ କ୍ଷେତ୍ରରେ ବିଶ୍ୱରେ ତୈଳ ଏବଂ ଗ୍ୟାସ ଶିଳ୍ପ ସର୍ବବୃହତ୍ ହୋଇଥିବାବେଳେ ତା’ପଛକୁ ରହିଛି ଅଟୋମୋବାଇଲ ମାନୁଫାକଚର୍ସ। ଅବଶ୍ୟ ଏହି ଦୁଇଟି ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । କାର୍ବନ ଡାଇଅକ୍ସାଇଡ ନିର୍ଗମନର ଏହି ଦୁଇଟି ବ୍ୟବସାୟ ହେଉଛନ୍ତି ପ୍ରମୁଖ ଉତ୍ସ । ଦ୍ୱିତୀୟ କାରଣ, ପ୍ରତିଯୋଗିତା ମନୋଭାବ ନେଇ ଆମେ ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ଗମ୍ଭୀରତାର ସହ ଗ୍ରହଣ କରିନାହଁୁ। ଏହା ପ୍ରତ୍ୟକ୍ଷ ଭାବେ ଆମର ଏବକାର ପିଢ଼ିକୁ କ୍ଷତି କରୁନାହିଁ ବୋଲି ଆମେ ଅନୁଭବ କରୁଥିବାରୁ ଏଭଳି ଘଟୁଛି। ୧୯୮୫ ପରଠାରୁ ଜଳବାୟୁ ପରିବର୍ତ୍ତନକୁ ନେଇ ଆମ ସାମୂହିକ ବିଚାର ପ୍ରକ୍ରିୟା କିିଭଳି କାର୍ଯ୍ୟ କରିଛି ତାହା ଜାଣିବା ଦରକାର। କାହିଁକି ଆମେ ଜଳବାୟୁ ପରିବର୍ତ୍ତନକୁ କେବଳ ଏକ ଘଟଣା ଭାବେ ଗ୍ରହଣ କରୁଛୁ ଓ ଏହା ଉପରେ ଅଧିକ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରିଛୁ ତାହା ଭାବିବା ଦରକାର। ସମସ୍ୟା ହେଉଛି, ଯଦି ଆମେ ଠିକ୍ ଭାବେ କାମ ନ କରିବା ତେବେ ନିଶ୍ଚିତ ଭାବେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ପୃଥିବୀ ପ୍ରତି ଆହୁରି ନକାରାମତ୍କ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଉଥିଲେ ମଧ୍ୟ କିଛି କରୁନାହଁୁ। ନିର୍ଦ୍ଦିଷ୍ଟ ଭାବେ କହିପାରିବା ଯେ, ଆମେ ଜଳବାୟୁ ପରିବର୍ତ୍ତନର ବିପଦକୁ ମୁକାବିଲା କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଇ ପାରିନାହଁୁ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ୁଛି। ଆମେ କେଉଁଆଡକୁ ମୁହଁାଇଛୁ ବା କେଉଁଠି ପହଞ୍ଚିଛୁ ସେ ସମ୍ପର୍କରେ ସରକାରୀ ତଥ୍ୟ କ’ଣ କହୁଛି ପୂର୍ବରୁ ଉକ୍ତ ସ୍ତମ୍ଭରେ ଉଲ୍ଲେଖ କରାଯାଇଛି। ଏବେ ଆମ ଦେଶରେ ଯେତିକି ଲୋକ କାମ କରୁଛନ୍ତି ୨୦୧୪ରେ ତା’ଠାରୁ ୫ କୋଟି ଅଧିକ ଭାରତୀୟ କାମ କରୁଥିଲେ। ୮୦ କୋଟି ଲୋକ (ଜନ ସଂଖ୍ୟାର ୬୦%) ପ୍ରତିମାସରେ ମୁଣ୍ଡପିଚ୍ଛା ପାଉଥିବା ୫ କେ.ଜି. ମାଗଣା ଶସ୍ୟ ଉପରେ ନିର୍ଭରଶୀଳ। ମହାମାରୀ ପୂର୍ବରୁ ଦୁଇବର୍ଷ ତିନି ମାସ ଧରି ମୋଟ ଘରୋଇ ଉପତ୍ାଦ(ଜିଡିପି)ି ଅଭିବୃଦ୍ଧି ହ୍ରାସ ପାଇଥିଲା। ୨୦୧୯ରେ ଅର୍ଥ ବ୍ୟବସ୍ଥାର ଆକାର ଯାହା ଥିଲା ଚଳିତବର୍ଷ ସେୟା ରହିବ ବୋଲି କୁହାଯାଉଛି। ହେଲେ ୨୦୧୯ରେ ଅର୍ଥ ବ୍ୟବସ୍ଥା ଦୁର୍ବଳ ସ୍ଥିତିରେ ଓ ଅଭିବୃଦ୍ଧି ତା’ଠାରୁ ଦୁର୍ବଳ ରହିଥିଲା। ୨୦୧୪ରେ ମୁଣ୍ଡ ପିଛା ଜିଡିପିରେ ଆମଠାରୁ ୫୦% ପଛରେ ରହିଥିବା ବାଂଲାଦେଶ ଏବେ ଆମଠାରୁ ଆଗରେ। ଏହାର କାରଣ କ’ଣ? ଆମେ କେଉଁ ଆଡକୁ ଯାଇଛୁ? ଯେଉଁ ବାଟରେ ଅର୍ଥ ବ୍ୟବସ୍ଥାକୁ ସଞ୍ଚାଳନ କରାଯାଇଛି ସେଥିରେ ତ୍ରୁଟି ରହିଛି ବୋଲି ଯଦି ଆମେ ଗ୍ରହଣ କରିବା, ତେବେ ଏସବୁ ପ୍ରଶ୍ନର ଉତ୍ତର ପାଇପାରିବା। ପୁନଶ୍ଚ ଆମେ ଭୁଲ୍ ଦିଗରେ ମୁହଁାଇଛୁ ବୋଲି ଯଦି ଗ୍ରହଣ କରିବା, ତେବେ ଆମ କାର୍ଯ୍ୟଧାରାକୁ ସଂଶୋଧନ କରିବାକୁ ସକ୍ଷମ ହେବା। ତଥାପି ଭାବୁଛୁ, ଆମେ ଭଲ, ଆମେ ଆପଣାଇଥିବା ପଥ ଭଲ।
ଆମ ସମାଜର ସାମ୍ପ୍ରଦାୟୀକରଣ ଅତ୍ୟଧିକ ପ୍ରକାଶ ପାଇଛି । ଏହାର ପରିଣାମକୁ ଆମେ ସମ୍ପୂର୍ଣ୍ଣ ଭାବେ ବୁଝିପାରିନାହଁୁ କିମ୍ବା ଏହା ଉପରେ ଆଲୋଚନା କରୁନାହଁୁ। ମୁସଲ୍ମାନ ହୁଅନ୍ତୁ ବା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଉଛି। ପ୍ରତିଦିନ କିଛି ନୂଆ ଘଟଣା ମଧ୍ୟ ସାମ୍ନାକୁ ଆସୁଛି ଓ ବହୁ ସମୟରେ ଏହାକୁ ସରକାର ଏବଂ କ୍ଷମତାରେ ଥିବା ପାର୍ଟି ଆରମ୍ଭ କରୁଛନ୍ତି। ଆମେ ଆଇନ ବଳରେ ଓ ହିଂସା ମାଧ୍ୟମରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେଉଛୁ। ଜଳବାୟୁ ପରିବର୍ତ୍ତନ ଭଳି, ସମ୍ଭବତଃ ଅର୍ଥବ୍ୟବସ୍ଥା ଭଳି ନୁହେଁ, ଏହି କାର୍ଯ୍ୟକୁ ଆମେ ଜାଣିଶୁଣି ଆରମ୍ଭ କରୁଛୁ। ଏହା କହିବା ଭୁଲ୍ ହେବ ଯେ, ସରକାର ଜାଣିଶୁଣି ଜିଡିପି ଅଭିବୃଦ୍ଧିକୁ ନଷ୍ଟ କରିଛନ୍ତି। କିନ୍ତୁ ଏହା କହିବା ଠିକ୍ ହେବ ଯେ, ସାମ୍ପ୍ରଦାୟିକତା ଭାରତକୁ ପୂରା ସଂକ୍ରମିତ କରିଥିତ୍ବା ବେଳେ ଦେଶକୁ ଜାଣିଶୁଣି ଏବକାର ସ୍ଥିତିକୁ ନିଆଯାଇଛି। ଆମ ପାଇଁ ଏହାର ପରିଣାମ କ’ଣ ହେବ? ଏକ ଦୁର୍ବଳ ଅର୍ଥ ବ୍ୟବସ୍ଥାରେ ସାମଗ୍ରିକ ବିଶ୍ୱାସ ସ୍ତର କମ୍ ରହିବା କାରଣରୁ ନିବେଶ କମ୍ ରହିବ। ପୁଞ୍ଚିକୁ ନେଇ ଭାରତରେ ନିଶ୍ଚିତତା ରହିବ ନାହିଁ। ପୁନର୍ବାର ଆଇନ ଭଙ୍ଗ ଏବଂ ଭିଡ ଓ ଗୋଷ୍ଠୀଗୁଡ଼ିକୁ ହିଂସକ ହେବା ଲାଗି ଶକ୍ତି ଯୋଗାଇବ।
ସରକାର ଆଭ୍ୟନ୍ତରୀଣ ଶତ୍ରୁତା ସମ୍ପର୍କରେ ଯାହା ଚିନ୍ତା କରିଛନ୍ତି ତାହାକୁ ଗୋଟିଏ ପିଢ଼ି ଏବଂ ସମ୍ଭବତଃ ଦୁଇଟି ପିଢ଼ିର ଯୁବକଙ୍କ ମଧ୍ୟରେ ଭଲ ଭାବେ ବିଶ୍ୱାସ ଜନ୍ମାଇ ଦେଇଛନ୍ତି। ନ୍ୟାୟପାଳିକା ଭଳି ସାମ୍ବିଧାନିକ ସଂସ୍ଥା ଏବଂ ନିର୍ବାଚନ କମିଶନ ୨୦୧୪ ପରେ କାର୍ଯ୍ୟପାଳିକା ଅନୁଯାୟୀ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସିଭିଲ୍ ସର୍ଭିସ, ସଶସ୍ତ୍ର ସେନାଗୁଡ଼ିକୁ ସରକାର ଏବଂ କ୍ଷମତାରେ ଥିବା ପାର୍ଟିଙ୍କ ଚିନ୍ତାଧାରା ଅନୁଯାୟୀ କାର୍ଯ୍ୟ କରୁଛନ୍ତି, ଯାହା ଇତିହାସରେ କେବେ ଦେଖାଯାଇ ନ ଥିଲା। ଏସବୁ ଆମେ ନିଜ ଲାଗି କରିଛୁ ବୋଲି କହି ତାଳି ବଜାଇ ସମର୍ଥନ କରୁଛୁ। ସେଥିପାଇଁ ଏହାକୁ ଅଟକାଇବା କିମ୍ବା ଧାରାକୁ ବଦଳାଇବା ଏତେ ସହଜ ହେବ ନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା ଘଟଣାରେ ଆମକୁ ଖୁବ୍ ଶୀଘ୍ର ପଶ୍ଚାତ୍ତାପ କରିବାକୁ ହେବ ହିଁ ହେବ।