ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ତଣ୍ଡାପାଲି ପଞ୍ଚାୟତର ୧୨ ନଂ. ୱାର୍ଡ କଲୋନି ସାହିରେ।
ସାହିରେ ପ୍ରାୟ ୫୦ରୁ ଉଦ୍ଧର୍‌ବ ପରିବାର ବସବାସ କରନ୍ତି। ସାହିବାସିନ୍ଦାଙ୍କ ଲାଗି କଲୋନିରେ ଗୋଟିଏ ମଧ୍ୟ ନଳକୂପ ନାହିଁ। ବର୍ଷ ସାରା ଲୋକେ ଜଳ ସମସ୍ୟା ଭୋଗୁଛନ୍ତି। ଗ୍ରୀଷ୍ମଦିନେ ଏହା ଅଧିକ ଉତ୍କଟ ହୋଇଥାଏ। କଲୋନି ସାହିର ମହିଳାମାନେ ଘରଠାରୁ ମାଇଲ ମାଇଲ ବାଟ ଯାଇ ଚୁଆରୁ ପାଣି ସଂଗ୍ରହ କରି ଆଣୁଛନ୍ତି। ଏହି ପାଣି ନିଜେ ବ୍ୟବହାର କରିବା ସହ ଗୃହପାଳିତ ପ୍ରାଣୀଙ୍କ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ଏହାଦ୍ବାରା ବହୁ ସମୟରେ ଲୋକେ ରୋଗାକ୍ରାନ୍ତ ହୋଇପଡୁଥିବା ଅଭିଯୋଗ କରିଛନ୍ତି। ଏନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇ କିଛି ସୁଫଳ ମିଳିନାହିଁ। ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ବ୍ଲକ ସଦର ମହକୁମା ନିକଟରେ ଥିବା ଏହି ଅଞ୍ଚଳରେ ଜଳ ସମସ୍ୟା ସୁଧୁରୁନାହିଁ। ତୁରନ୍ତ ଉକ୍ତ ଅଞ୍ଚଳରେ ଏକ ନଳକୂପ ଖନନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଅଜୟ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, କଲୋନିସାହି ମଣ୍ଡିରେ ସାହିବାସିନ୍ଦାଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ଏଥିରୁ ସେମାନେ ପାଣି ବ୍ୟବହାର କରୁଛନ୍ତି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ କଲୋନିସାହି ଆରମ୍ଭ ଯାଏ ପାଇପ ବିଛା, ଷ୍ଟାଣ୍ଡପୋଷ୍ଟ କାମ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର

ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର...

୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ,...

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି

ମାଲକାନଗିରି,୧୪ା୧୨: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ...

ମାଓ କାର୍ଯ୍ୟକଳାପ ସନ୍ଦେହରେ ମାଲକାନଗିରିରେ ଏନଆଇଏର ଚଢାଉ

ମାଲକାନଗିରି,୧୨।୧୨(ଦୂର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଏନଆଇଏ ରେଡ୍‌ । ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଭୋର ୩ଟାରୁ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ମାଲକାନଗିରି,୧୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୁନଗା ଜଙ୍ଗଲରେ ଡିଭିସିଏମ୍‌ ଦିନେଶ...

ଭାଜପା ନେତାଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ

ବିଜାପୁର/ମାଲକାନଗିରି,୧୧।୧୨(ଦୂର୍ଯୋଧନ ପାତ୍ର): ଛତିଶଗଡର ବିଜାପୁର ଜିଲାରେ ମାଓବାଦୀମାନେ ଆଉ ଏକ ହତ୍ୟାକାଣ୍ହ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଭାଜପା ନେତାଙ୍କୁ ଗଳାକାଟି ହତ୍ୟା କରାଯାଇ...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ସକ୍ରିୟ ଥିବା ୫ ମାଓବାଦୀ ରବିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ବି ରାଜୁ, ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri