Categories: ଜାତୀୟ

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ ଭାଷଣ ଦେଇଥିଲେ। ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ ଜଣେ ମହିଳାଙ୍କୁ ପଚାରିଥିଲେ, ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣିଛନ୍ତି, ଆପଣ ତାଙ୍କୁ ଭେଟିଛନ୍ତି, ଆପଣ ତାଙ୍କ ବିଷୟରେ କ’ଣ ଜାଣନ୍ତି? ଏହାର ଜବାବରେ ମହିଳା କହିଛନ୍ତି, ସେ ଜଣେ ଭଲ ନେତା, ସେ ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିଛନ୍ତି।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମୋର ଭାଇ ରାହୁଲ ଗାନ୍ଧୀ ଦେଶର ଏକମାତ୍ର ନେତା ହେବେ ଯିଏ ଆପଣଙ୍କ ସମସ୍ୟା ବୁଝବା ପାଇଁ ଚାରି ହଜାର କିଲୋମିଟର ପାଦରେ ଯାତ୍ରା କରିଛନ୍ତି। ଆପଣ ରାହୁଲ ଗାନ୍ଧୀଙ୍କୁ ଏହି ନିର୍ବାଚନରେ ବହୁ ସଂଖ୍ୟା ଭୋଟ ଦେଇ ଜିତାଇବା ଉଚିତ୍‌। ଆପଣ ଏପରି ଏମ୍‌ପିଙ୍କୁ ପାଇବେ, ଯିଏ କିଦିନରାତି ଆପଣଙ୍କ ପାଇଁ କାମ କରିବେ ଏବଂ ଉତ୍ସର୍ଗୀକୃତ ରହିବେ। ସେ ସର୍ବଦା ଅନ୍ୟାୟ ବିରୁଦ୍ଧରେ ଠିଆ ହୁଅନ୍ତି ଏବଂ କାହାକୁ ଭୟ କରନ୍ତି ନାହିଁ। ସେ ଆପଣଙ୍କର ଏବଂ ସର୍ବଦା ଆପଣଙ୍କର ହେବେ।

Share