‘ଯୁଦ୍ଧ ଯନ୍ତ୍ରଣା ଆମଠାରୁ ଆପଣ ଅଧିକ ଜାଣିଥିବେ’

ନୂଆଦିଲ୍ଲୀ/ଟୋକିଓ,୨୦ା୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଶ୍ୱର ଅନେକ ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କିଙ୍କୁ ମଧ୍ୟ ଭେଟିଛନ୍ତି। ଆଲୋଚନା ସମୟରେ ମୋଦି ଜେଲନ୍‌ସ୍କିଙ୍କୁ କହିଛନ୍ତି, ଯୁଦ୍ଧର ଯନ୍ତ୍ରଣା କ’ଣ ଆପଣ ଆମଠାରୁ ବେଶ୍‌ ଅଧିକ ଜାଣିଥିବେ। କାରଣ ବର୍ଷେରୁ ଊର୍ଦ୍ଧ୍ୱ ହେବ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ମୃତାହତ ହୋଇଥିବା ବେଳେ ବହୁ କିଛି କ୍ଷତି ଘଟିଛି। ୟୁକ୍ରେନ ଆମ ପାଇଁ ଏକ ମାନବିକତାର ପ୍ରସଙ୍ଗ। ଯୁଦ୍ଧର ସମାଧାନ ପାଇଁ ଯାହା କରିବାକୁ ପଡ଼ିବ ତାହା ଭାରତ କରିବାକୁ ରାଜି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share