ନିଜ ସମର୍ଥକଙ୍କ ସମର୍ଥନ ହରାଇଲେଣି ଟ୍ରୁଡୋ, ଭେଟିବାବେଳେ କିଛି ଏପରି କହିଲେ…

ଅଟାଓ୍ବା,୬।୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଦର୍ଶାଇ ଦିନକୁ ଦିନ ନିଜ ଦେଶରେ ସମର୍ଥନ ହରାଇଛନ୍ତି। ନିକଟରେ ଟରୋଣ୍ଟୋ ଗସ୍ତ ସମୟରେ ଟ୍ରୁଡୋ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିଥିଲେ ଟ୍ରୁଡୋ।

ସୂଚନାଯୋଗ୍ୟ, ଟ୍ରୁଡୋ ନିଜ ସମର୍ଥକଙ୍କୁ ଭେଟିବା ସମୟରେ ତାଙ୍କ ଶୁଭେଛୁମାନଙ୍କ ସହ ହାତ ମିଳାଉଥିଲେ। ଏହିସମୟରେ ସେହି ଭିଡ ଭିତରେ ଜଣେ ବ୍ୟକ୍ତି ତାଙ୍କୁ ଅଭିବାଦନ ଜଣାଇବା ପରିବର୍ତ୍ତେ ପଛକୁ ଘୁଞ୍ଚି ଯାଇଥିଲେ। ଟ୍ରୁଡୋ ଏହାର କାରଣ ପଚାରିବାରୁ ସେ ତାଙ୍କୁ ଦେଶର ଗୃହ ସଙ୍କଟ ଓ କାର୍ବନ ଟ୍ୟାକ୍ସ ଭଳି ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଥିଲେ। କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବା ମଧ୍ୟରେ ଟ୍ରୁଡୋ ପ୍ରତି ନାଗରିକଙ୍କ ଏହି ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକ ଜଣକ ହାତ ମିଳାଇବା ପାଇଁ ମନା କରିବା ସହ ଟ୍ରୁଡୋଙ୍କୁ ସମସ୍ତଙ୍କ ଆଗରେ ସମାଲୋଚନା କରିଥିଲେ। ସେ କହିଥିଲେ, ‘ତୁମେ ଜଣେ ଖରାପ ଲୋକ। ତୁମେ ସାରା ଦେଶକୁ ନଷ୍ଟ କରିଦେଇଛ’।

Share