Categories: ଖେଳ

ତୁମେ ମରିଯିବା ଉଚିତ୍‌ ଥିଲା, କାହିଁକି ଏମିତି କଥା ଶୁଣିଥିଲେ ମିଷ୍ଟ୍ରି ସ୍ପିନର୍‌

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଜଡିତ ଏକ ଭୟଙ୍କର ଘଟଣା ପ୍ରକାଶ କରିଛନ୍ତି। ଆଇପିଏଲରେ ବରୁଣ ଚକ୍ରବର୍ତ୍ତୀ ଏକ ଲୋକପ୍ରିୟ ନାମ, ଯିଏ ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନ ଆଧାରରେ ସେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ। ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି।
ବରୁଣ ସାତୋଟି ଉପାୟରେ ବୋଲିଂ କରିପାରିବେ। ଏଥିମଧ୍ୟରେ ଅଫବ୍ରେକ, ଲେଗବ୍ରକ, ଗୁଗଲି, କ୍ୟାରମ ବଲ, ଫ୍ଲିପର୍‌, ଟପ ସ୍ପିନ, ଆଙ୍ଗୁଠିରେ ୟକର୍ର୍‌ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବରୁଣ ୨ଟି ଉଇକେଟ ନେଇଛନ୍ତି। ଏଥିସହ ସେ ୨୮ଟି ଆଇପିଏଲ ମ୍ୟାଚ ରେ ୩୪ ଉଇକେଟ ନେଇଛନ୍ତି।

କୋଲକାତା ନାଇଟ ରାଇଡର୍ସ ଚଳିତ ବର୍ଷ ଆଇପିଏଲ ୨୦୨୧ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି। କେକେଆରର ଏହି ସଫଳତା ପଛରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ହେଉଛି ସବୁଠାରୁ ବଡ ହାତ। ଆଇପିଏଲ ୨୦୨୧ ପ୍ରଥମ ପର୍ଯ୍ୟାୟ ସ୍ଥଗିତ ରହିବା ସମୟରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। କୋଲକାତା ନାଇଟ ରାଇଡର୍ସ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍‌ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ। ଏହି କାରଣରୁ ଆରସିବି ବିପକ୍ଷରେ କେକେଆର ମ୍ୟାଚ ସ୍ଥଗିତ ରଖାଯାଇଥିଲା। ଏହା ପରେ, ଆଉ କିଛି ମାମଲା ସାମ୍ନାକୁ ଆସିବା ପରେ ଟୁର୍ନାମେଣ୍ଟ ସ୍ଥଗିତ ରଖାଗଲା। ଏବେ କେକେଆର ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଘଟିଥିବା ଏହି ଭୟଙ୍କର ଘଟଣା ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ, ମୋର ମନେ ଅଛି ଯେତେବେଳେ ଡକ୍ଟର ଶ୍ରୀକାନ୍ତ ମୋତେ ଡାକିଲେ ଏବଂ ଦୁର୍ଭାଗ୍ୟବଶତଃ ତୁମର କୋଭିଡ ଟେଷ୍ଟ ପଜିଟିଭ୍‌ ଆସିଛି ବୋଲି କହିଥିଲେ, ସେତେବେଳେ ମୁଁ ଭଙ୍ଗିପଡିଥିଲି। ମୁଁ ପ୍ରକୃତରେ ଜାଣି ନ ଥିଲି ଏହି ଜିନିଷଟି ଏତେ ବଡ ହେବ। ମୁଁ ମଧ୍ୟ ଇନଷ୍ଟାଗ୍ରାମରେ ଇମେଲ ଏବଂ ବାର୍ତ୍ତା ପାଇବା ଆରମ୍ଭ କଲି। ଲୋକମାନେ ମୋତେ କହିଥିଲେ, ତୁମେ ମରିଯିବା ଉଚିତ୍‌।
ଆଇପିଏଲ ବନ୍ଦ ହେବା ପରେ ଲୋକମାନେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖରାପ କଥା କହିବା ଆରମ୍ଭ କଲେ। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ କହୁଥିଲେ ଯେ, ସେ ଏବେ ମରିବା ଉଚିତ୍‌। ପରିସ୍ଥିତି ଏପରି ହୋଇଥିଲା ଯେ,କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରି ଏପରି ନ କରିବାକୁ କୁହାଯାଇଥିଲା।

Share