ବାଇକ୍‌କୁ ଖୁବ୍‌ ଜୋରରେ ଚଲାଉଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡ଼ ଖରିଡ଼ା ଗ୍ରାମରେ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗାଁ ଲୋକେ ପିଟି ମାରି ଦେଇଛନ୍ତି। ସମ୍ପୃକ୍ତ ଯୁବକ ପୁରୁଷୋତ୍ତମପୁର ଅନ୍ତର୍ଗତ ଅରଖପୁର ବାସିନ୍ଦା। ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଶିବନ ପାଲ୍‌ ଗାଁକୁ ଆସିଥିବା ବେଳେ ତାଙ୍କ ବନ୍ଧୁଙ୍କ ସହ ବଡ଼ ଖରିଡ଼ା ଗ୍ରାମ ଦେଇ ଯାଉଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ତାହା ଏକ ପଥରରେ ପିଟି ହୋଇଯିବାରୁ ଆରୋହୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଗାଁ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ସେମାନଙ୍କ ସହ ଗ୍ରାମବାସୀଙ୍କ ଉଚ୍ଚବାଚ୍ଚ ହୋଇଥିଲା। ଏହି ସମୟରେ ବନ୍ଧୁ ଜଣଙ୍କ ଖସି ପଳାଇଥିବା ବେଳେ ଗାଁ ଲୋକେ ପାଲଙ୍କୁ ପିଟିଥିଲେ। ଫଳରେ ସେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଉପରଲିଖିତ ଘଟଣା ଦ୍ରୁତଗତିରେ ଗାଡ଼ି ଚାଳନାକୁ ନେଇ ଘଟିଥିବା ବେଳେ ସ୍ଥାନୀୟ ଅଧିବାସୀଙ୍କ କ୍ରୋଧର ସୀମା ନ ରହିବା ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ସାଧାରଣତଃ ଦେଖାଯାଉଛି ଯୁବକମାନେ ଖୁବ୍‌ ସ୍ପୀଡ୍‌ରେ ଗାଡ଼ି ଚଳାଉଛନ୍ତି। ପୁଣି ସ୍ପୀଡ୍‌ ବାଇକ୍‌ ହୋଇଥିଲେ କଥା ସରିଲା। ଭାରତୀୟ ରାସ୍ତାଗୁଡ଼ିକ ସ୍ପୀଡ୍‌ ଗାଡ଼ି ଚଳାଇବା ପାଇଁ ହୋଇ ନ ଥିଲେ ମଧ୍ୟ ଉପଭୋକ୍ତାବାଦ ଯୋଗୁ ସେଗୁଡ଼ିକର ଚାହିଦା ବଢ଼ୁଛି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତର ସଡ଼କ ପରିସ୍ଥିତି ନ ଦେଖି ଯୁବବର୍ଗଙ୍କୁ ଲକ୍ଷ୍ୟ କରି ଏଭଳି ଗାଡ଼ି ବଜାରକୁ ଛାଡ଼ୁଛନ୍ତି। ଅନେକ ସମୟରେ ଦେଖାଯାଉଛି, ବେପରୁଆ ଗାଡ଼ିଚାଳନା ଯୋଗୁ ଆରୋହୀଙ୍କ ପ୍ରାଣହାନି ହେଉଥିବା ବେଳେ ସ୍ଥଳବିଶେଷରେ ଗାଡ଼ି ଧକ୍କାରେ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଅନ୍ୟପକ୍ଷରେ ଯଦି ବଡ଼ ଖରିଡ଼ା ଗ୍ରାମ କଥା ଦେଖାଯାଏ, ତେବେ ସେଠାରେ ପାଲ୍‌ଙ୍କ ଗାଡ଼ି ଧକ୍କାରେ କାହାରି କିଛି ଅସୁବିଧା ଘଟି ନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିବାର ଆବଶ୍ୟକତା ନ ଥିଲା। ଗାଡ଼ି ଆରୋହୀଙ୍କୁ ପିଟି ରକ୍ତାକ୍ତ କରିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଆଇନକୁ ହାତକୁ ନ ନେଇ ସେମାନେ ଯଦି ପାଲ୍‌ ଓ ତାଙ୍କ ବନ୍ଧୁଙ୍କୁ ପୋଲିସ ଜିମା ଦେଇଥାଆନ୍ତେ, ତାହା ହେଲେ ଜଣଙ୍କ ପ୍ରାଣହାନି ଘଟି ନ ଥାଆନ୍ତା।
ଭାରତୀୟ ଚରିତ୍ରକୁ ଦେଖିଲେ କୌଣସି ଗୋଟେ ଜାଗାରେ ‘ଘୋ’ ସୃଷ୍ଟି ହୋଇଗଲେ ତତ୍‌କ୍ଷଣାତ୍‌ ଅସଂଖ୍ୟ ଲୋକ ରୁଣ୍ଡ ହୋଇଯାଆନ୍ତି। ଯଦି କେହି ମାଡ଼ ଖାଉଥିବା ଦେଖନ୍ତି ଘଟଣା ବିଷୟରେ ବୁଝି ନ ଥିଲେ ମଧ୍ୟ କିଛି ଲୋକ ସର୍ବନିମ୍ନ ଗାଳି ବା ଗୋଟେ ଗୋଇଠା ମାରି ଦେବାକୁ ଚେଷ୍ଟା କରିଥାଆନ୍ତି। ଏଭଳି ଉତ୍ତ୍ୟକ୍ତ ଗୋଷ୍ଠୀଙ୍କ ମାନସିକତା ପ୍ରମାଣ କରୁଛି ଯେ, ଆମେ ସମସ୍ତେ ବ୍ୟକ୍ତିବିଶେଷ ଭାବେ ଭୀରୁ ଏବଂ କାପୁରୁଷ। ମାଡ଼ ଦେବାକୁ ହେଲେ ଭିଡ଼ ଭିତରେ ପଶି, ମୁହଁକୁ ଲୁଚାଇ ପିଟି ଦେବା ହେଉଛି ସାଧାରଣ ଚରିତ୍ର। ଏହା ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସୀମିତ ଥିବା ଭଳି ମନେହେଉଛି। ବଡ଼ ଖରିଡ଼ା ଭଳି ଘଟଣା କ୍ୱଚିତ ଦକ୍ଷିଣ ଓ ପଶ୍ଚିମ ଭାରତରେ ଦେଖିବାକୁ ମଳିଥାଏ।
ବଡ଼ ଖରିଡ଼ା ଗ୍ରାମବାସୀ ଯେଭଳି ଉତ୍ତ୍ୟକ୍ତ ହୋଇ ପାଲ୍‌ଙ୍କୁ ପିଟିଲେ ତାହା ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଯୋଗୁ ଘଟିଲା ବୋଲି କୁହାଯାଇପାରିବ। କେବଳ ସଡ଼କ ଉପରେ ହିଂସା ନୁହେଁ, ଚୋରି ସନ୍ଦେହରେ ହେଉ ବା ଗୋରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଭିଡ଼ ହିଂସାରେ ପ୍ରଦର୍ଶନ କରାଯାଉଥିବା ଆଚରଣ ଏବେ ସାମାଜିକ ବ୍ୟବସ୍ଥାରେ ବିକୃତି ସୃଷ୍ଟି କରିଦେଇଛି। ସ୍ଥିତି ଏମିତି ହେଲାଣି ଗୋରକ୍ଷକ ନାମରେ ଅସାମାଜିକ ବ୍ୟକ୍ତିମାନେ ସୁପାରି ନେଇ ହତ୍ୟା କରିବା ଆଶ୍ଚର୍ଯ୍ୟ କରିଦେଉଛି। ଯେତେବେଳେ ସାମାନ୍ୟ ହିଂସାକୁ କୌଣସି ଗୋଟିଏ ବାହାନାରେ ସହ୍ୟ କରାଯାଏ ସେତେବେଳେ ସେହି ଘଟଣାର ଆଢ଼ୁଆଳରେ ଅସାମାଜିକ ତତ୍ତ୍ୱମାନେ ଫାଇଦା ନେବାକୁ ଡେରି କରନ୍ତି ନାହିଁ। ଏହାର ଦୃଷ୍ଟାନ୍ତ ନିକଟରେ ହରିୟାଣାର ପଲଓ୍ବାଲ ଜିଲାରେ ଦେଖିବାକୁ ମିଳିଥିଲା। ଜଣେ ୧୯ ବର୍ଷୀୟ ଛାତ୍ର ଆରିୟାନ୍‌ ମିଶ୍ରଙ୍କୁ ଗୋରକ୍ଷକମାନେ ଗୁଳିକରି ହତ୍ୟା କରିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଆରିୟାନ୍‌ଙ୍କର ଗୋଚାଲାଣ ସହ କୌଣସି ସମ୍ପର୍କ ନ ଥିଲା। କିନ୍ତୁ କୁହାଯାଉଛି ଯେ, ତାଙ୍କ ପିତାଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଏଭଳି ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା। ଯଦି ଏହିଭଳି ଘଟଣାକୁ ସମାଜରେ ସମର୍ଥନ ମିଳେ, ତେବେ ଭବିଷ୍ୟତରେ କୌଣସି ବ୍ୟକ୍ତି ଶିକାର ହୋଇପାରନ୍ତି। ଆପଣ ବି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri