Categories: ଜାତୀୟ

ତୁମେ କଳା ଡ୍ରେସରେ ହାଜର ହେବାକୁ କୋର୍ଟକୁ ଆସିବ: ଜ୍ୟାକଲିନାଙ୍କୁ ଲେଖିଥିବା ସୁକେଶଙ୍କ ମେସେଜ ଲିକ୍‌…

ମୁମ୍ବାଇ,୨୬।୧୨ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଠକ ସୁକେଶ ଚନ୍ଦ୍ରଶେଖର ଲେଖିଥିବା ଏକ ମେସେଜ ଲିକ ହୋଇଛି ଯେଉଁଥିରେ ସେ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର ହେବା ସମୟରେ କଳା ପୋଷାକରେ ଆସିବାକୁ କହିଛନ୍ତି। ଏହି ମେସେଜ ସାମ୍ନାକୁ ଆସିଛି ଯେତେବେଳେ ଜ୍ୟାକଲିନ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ଗଣମାଧ୍ୟମକୁ ଲେଖାଯାଇଥିବା ଚିଠି ବିରୋଧରେ କୋର୍ଟଙ୍କ ନିକଟକୁ ଆସିଛନ୍ତି ଏବଂ ତାଙ୍କ ବିଷୟରେ ଚିଠି, ବିବୃତ୍ତି କିମ୍ବା ମେସେଜ ପ୍ରଚାରକୁ ବନ୍ଦ କରିବାକୁ ତାଙ୍କ ପିଟିଶନରେ ଦାବି କରିଛନ୍ତି। ଏଥିପାଇଁ ନିର୍ଦ୍ଦେଶ ଜାରି କରାଯିବା ଲାଗି ଜ୍ୟାକଲିନା ଆବେଦନରେ ଅନୁରୋଧ କରିଛନ୍ତି।

ଜ୍ୟାକଲିନ କହିଛନ୍ତି ସୁକସ କିଛି ଅନୁପଯୁକ୍ତ ବିବୃତ୍ତି ଦେଇଛନ୍ତି ଯାହା ତାଙ୍କ ନମ୍ରତାକୁ ଆଘାତ ଦେଇଛି। ଏହି ଆବେଦନ ଜାନୁଆରୀ୧୭ରେ ଶୁଣାଣି ହେବ। ୨୦୦ କୋଟି ଟଙ୍କା ଚୋରି ମାମଲାରେ ସୁକେଶ ଚନ୍ଦ୍ରଶେଖର ମୁଖ୍ୟ ଅଭିଯୁକ୍ତ ଏବଂ ବର୍ତ୍ତମାନ ସେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଅଛନ୍ତି।

 

Share