ଲେମ୍ବୁର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା କାର୍ଯ୍ୟରେ ହୋଇଥାଏ। ଲେମ୍ବୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଲେମ୍ବୁ ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଆହୁରି ଦୃଢ଼ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତହୀନତା ଦୂର କରିବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇଥାଏ। ଏହାବ୍ୟତୀତ ଉଷୁମପାଣିରେ ଏକ ଫାଳ ଲେମ୍ଭୁ ରସ ମିଶାଇ ପ୍ରତିଦିନ ସେବନ କଲେ ମୋଟାପଣ ହ୍ରାସ ପାଇଥାଏ। ଏହା ହୃଦ୍‌ଜନିତ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିଥାଏ। କିଡ୍‌ନୀ ଷ୍ଟୋନ୍‌କୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ଏହାର ରହିଛି। ରୋଗ ପ୍ରତିିରୋଧକ ଶକ୍ତିକୁ ଏହା ଦୃଢ଼ କରିବା ସହ ଶରୀରରେ ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ହେଲେ ଆବଶ୍ୟକତାଠାରୁ ମାତ୍ରାଧିକ ଲେମ୍ବୁରସ ସେବନ କରିବା ଅନୁଚିତ। ଏହାଦ୍ୱାରା ଛାତି ଜ୍ୱାଳା, ବାନ୍ତି, ଓକାର ଲାଗିବା ସହ ଆମାଶୟ ଜନିତ ସମସ୍ୟା ଦେଖାଯାଏ। ତେଣୁ ଦିନରେ ଅତିବେଶିରେ ୨ ଗୋଟି ଲେମ୍ଭୁ ଖାଇବା ଉଚିତ। ଦୈନନ୍ଦିନ ଖାଦ୍ୟ ତାଲିକାରେ ଲେମ୍ବୁ ସାମିଲ କଲେ ତାହା ଆମକୁ ଅନେକାଂଶରେ ସୁସ୍ଥ ତଥା ନୀରୋଗ ରଖିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

ଓଜନ ବଢାଏ ଏହି ଖରାପ ଅଭ୍ୟାସ

ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ...

ଚାଇନାର ଚନ୍ଦ୍ର ଅଭିଯାନ

”ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା...

ଆଲର୍ଜି ସମସ୍ୟା ଥିଲେ..ଆପଣାନ୍ତୁ ଏହି ଟିପ୍ସ

ଭିଟାମିନ୍‌-ଇ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ବିଶେଷ ଭାବରେ ଏଥିରେ ତତ୍ତ୍ୱ ରହିଛି ଯାହା ଆଲର୍ଜି ଭଳି ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। କେବଳ...

ଦୀର୍ଘାୟୁ ହେବାର ସହଜ ଉପାୟ

ଦୀର୍ଘାୟୁ ହେବାକୁ କିଏ ବା ନ ଚାହେଁ? ହେଲେ କେବଳ କହିଦେଲେ ତ ହେବ ନାହିଁ ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri