Categories: ଜାତୀୟ

କଶ୍ମୀରୀ ପଣ୍ଡିତଙ୍କୁ ଲଶ୍କରର ହତ୍ୟା ଧମକ

ଶ୍ରୀନଗର,୧୬।୫: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସ୍‌ଲାମ୍‌ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ରହୁଥିବା କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା ଧମକ ଦେଇଛି। ଏନେଇ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସ୍‌ଲାମ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ଜାରି କରିଛି। ଏଥିରେ ସ୍ଥାନ ଛାଡ଼ି ଚାଳିଯିବାକୁ ପଣ୍ଡିତଙ୍କୁ କୁହାଯାଇଛି। ସ୍ଥାନ ଛାଡି ନ ଗଲେ ପଣ୍ଡିତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷେ ହଓ୍ବାଲ ଟ୍ରାଞ୍ଜିଟର ମାଇଗ୍ରେଣ୍ଟ କଲୋନୀରେ ରହୁଥିବା ପଣ୍ଡିତଙ୍କୁ ଆର୍‌ଏସ୍‌ଏସ୍‌ ଏଜେଣ୍ଟ୍‌ ବୋଲି ଦର୍ଶାଯାଇଛି। କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ବର୍ତ୍ତମାନ ମିଳିଥିବା ଧମକ ପଣ୍ଡିତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି।

Share