Categories: ଜାତୀୟ

ବୀମା ଯୋଜନାରେ ଆଇଆର୍‌ସିଟିସିରେ ବଡ଼ ପରବର୍ତ୍ତନ

ନୂଆଦିଲ୍ଲୀ, ୧୮ା୭: ଆଇଆର୍‌ସିଟିସି ପୋର୍ଟାଲରେ ଟ୍ରେନ୍‌ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ୩୫ ପଇସା ପ୍ରିମିୟମ ଦେଇ ସ୍ବତଃ ୧୦ ଲକ୍ଷ ଟଙ୍କାର ବୀମାଭୁକ୍ତ ହେବେ। ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜମ୍‌ କର୍ପୋରେଶନ ଲିଃ(ଆଇଆର୍‌ସିଟିସି) ପକ୍ଷରୁ ବୀମା ଯୋଜନାରେ ପରିବର୍ତ୍ତନ କରାଯାଇଛି। କୌଣସି ଯାତ୍ରୀ ବୀମାଭୁକ୍ତ ହେବାକୁ ଚାହୁଁ ନ ଥିଲେ ଉପଯୁକ୍ତ ବଟନ୍‌ କ୍ଲିକ୍‌ କରି ଏଥିରୁ ବାଦ୍‌ ପଡ଼ିପାରିବେ। ବଡ଼ କଥା ହେଲା ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁର୍ଘଟଣା ବୀମାଭୁକ୍ତ ହେବା ପାଇଁ ମାତ୍ର ୩୫ ପଇସା ପ୍ରିମିୟମ ଦେବାକୁ ପଡ଼ିବ। ଟ୍ରେନ୍‌ ଯାତ୍ରା ବେଳେ ଦୁର୍ଘଟଣା ଯୋଗୁ ମୃତ୍ୟୁ କିମ୍ବା ଅଙ୍ଗହାନି ଅଥବା ଚିକିତ୍ସା ଖର୍ଚ୍ଚ ଉକ୍ତ ବୀମା ଅନ୍ତର୍ଭୁକ୍ତ। ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିଃ ଏବଂ ଲିବର୍ଟି ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିଃ ଏହି ବୀମା ପ୍ରଦାନ କରିବେ। ଗତ ମାସରେ ଓଡ଼ିଶାର ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଲୋଙ୍କ ମୃତ୍ୟୁ ଘଟିବା ପରେ ଆଇଆର୍‌ସିଟିସି ବୀମା ଯୋଜନାରେ ପରବର୍ତ୍ତନ କରିଛନ୍ତି।

Share