ଘରେ ବସି ପାଇବେ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ମୋବାଇଲ ଆପ୍‌ ଜରିଆରେ ଏଣିକି ମିଳିପାରିବ ଲର୍ନିଂ ଲାଇସେନ୍ସ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ସେବା ଆରମ୍ଭ ହୋଇଛି। ଆରଟିଓକୁ ପେପର୍‌ ଲେସ୍‌ କରିବାକୁ ଏହି ନିଷ୍ପତି ନିଆଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉମଙ୍ଗ(UMANG) ଆପ୍‌ ଜରିଆରେ ଲର୍ନିଂ ଲାଇସେନ୍ସ ମିଳିପାରିବ ବୋଲି ଘୋଷଣା କରିଛନ୍ତି। ଆପ୍‌ ମାଧ୍ୟମରେ ଗାଡ଼ି ରେଜିଷ୍ଟ୍ରେଶନ, ମାଲ ପରିବହନ ପରମିଟ, ରେଜିଷ୍ଟ୍ରେଶନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ମଧ୍ୟ ହୋଇପାରିବ।

Share