ନୂଆଦିଲ୍ଲୀ,୧୬।୫: ସଲମାନ ଖାନଙ୍କ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ’ ଗତ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟା ପରେ ଲିକ୍ ହୋଇଯାଇଛି ଫିଲ୍ମର ପାଇରେଟେଡ୍ ଭର୍ସନ। କିଛି ପାଇରେଟଡ୍ ଓ୍ବେବସାଇଟ୍ରେ ବେଆଇନ ଭାବେ ଫିଲ୍ମର ଷ୍ଟ୍ରିମିଂ କରାଯାଉଛି। ଏ ସଂକ୍ରାନ୍ତରେ ଶନିବାର ସୋସିଆଲ ମିଡିଆରେ ବିବୃତି ଜାରି କରିଛନ୍ତି ଭାଇଜାନ।
ଫିଲ୍ମକୁ ଶସ୍ତାରେ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି। ଏହାସତ୍ତ୍ୱେ ପାଇରେଟେଡ ଓ୍ବେବସାଇଟ୍ରେ ‘ରାଧେ’କୁ ଷ୍ଟ୍ରିମ କରାଯିବା ଏକ ଗୁରୁତର ଅପରାଧ। ଏଭଳି ବେଆଇନ କାମ କରୁଥିବା ଓ୍ବେବସାଇଟ୍ ବିରୋଧରେ ସାଇବର ସେଲ ପଦକ୍ଷେପ ନେଉଛି। ଏହି ଅପରାଧରେ ଭାଗୀଦାରି ନ ହେବାକୁ ଅନୁରୋଧ। ନ ହେଲେ ସାଇବର ସେଲ ତୁମ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନେବ। ବୁଝିବାକୁ ଚେଷ୍ଟା କରନ୍ତୁ, ଏହା ତୁମ ପାଇଁ ବଡ଼ ସମସ୍ୟା ହୋଇପାରେ ବୋଲି ସଲମାନ ଶେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି।