Categories: ଜାତୀୟ

ଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ, ଲାଇଫ୍‌ଟାଇମ୍‌ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୧।୯: ଯେତେବେଳେ ମଦ୍ୟପାନ କରିବାକୁ ଇଛା ହୋଇଥାଏ ଆପଣ ସିଧା ଦୋକାନରୁ ମଦ କିଣିଆଣି କୌଣସି ବାର୍‌ କିମ୍ବା ପବ୍‌ରେ ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଯେମିତି ମଦ ବିକୁଥିବା ବ୍ୟବସାୟୀଙ୍କର ଲାଇସେନ୍ସ ରହିଛି ସେହିପରି ମଦ କିଣୁଥିବା ଲୋକଙ୍କର ମଧ୍ୟ ଏକ ଲାଇସେନ୍ସ ରହିଥାଏ। ଲାଇସେନ୍ସ ନେବା ପରେ ଆପଣ କୌଣସି ସ୍ଥାନକୁ ଯାଇ ମଦ କିଣି ପାରିବେ ଓ ପିଇ ବି ପାରିବେ। ତେବେ ଜାଣନ୍ତୁ ଏହି ଲାଇସେନ୍ସ କିପରି କରାଯାଏ ଓ କାହିଁକି କରାଯାଏ…

ସରକାରଙ୍କ ପକ୍ଷରୁ ସେହି ଲୋକଙ୍କୁ ଲାଇସେନ୍ସ ଦିଆଯାଏ ଯେଉଁମାନେ ମଦ କିଣି ଟ୍ରାଭେଲ କରନ୍ତି। ଏହି ଲାସେନ୍ସକୁ ଅଲ ଇଣ୍ଡିଆ ଲିକର୍‌ ପରମିଟ୍‌ କୁହାଯାଏ। ଏହି ଲାଇସେନ୍ସ ନେବା ଦ୍ୱାରା ଆପଣ ମଦ୍ୟପାନ କରିବା ସହ ଜଡିତ ଅନେକ ଆଇନଗତ ମାମଲାରୁ ନିଜକୁ ରକ୍ଷା କରିପାରିବେ। ରିପୋର୍ଟ ଅନୁସାରେ, ଯେତେବେଳ କୌଣସି ସ୍ଥାନରେ ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଏହି ଲାଇସେନ୍ସ ଚେକ୍‌ କରାଯାଏ। କହିରଖୁଛୁ କି, ବିଭିନ୍ନ ରାଜ୍ୟରେ ଅଲ ଇଣ୍ଡିଆ ପରମିଟ୍‌କୁ ନେଇ ଅଲଗା ଅଲଗା ନିୟମ ଅଛି। ମହାରାଷ୍ଟ୍ରରେ ଏହି ନିୟମ ପାଳନ କରାଯାଉଥିବାବେଳେ ଦିଲ୍ଲୀରେ ଏହି ନିୟମ ନାହିଁ। କୌଣସି ବିବାହ କିମ୍ବା ପାର୍ଟିରେ ମଦ୍ୟପାନ କରୁଥିବାବେଳେ ଏହି ଲାଇସେନ୍ସ ରଖିବାକୁ ପରାମର୍ଶ ଦିଆଯାଏ।

ଅଲ ଇଣ୍ଡିଆ ଲିକର୍‌ ପରମିଟ୍‌ ମଦକିଣିବା ପାଇଁ ବୈଧ ରଖାଯାଇଥାଏ। ଯଦି କେହି ମଦ୍ୟପାନ ଜନିତ କାନୁନ୍‌ରେ ଫସି ଯାଆନ୍ତି ତେବେ ଏହି ପରମିଟ୍‌ ସେମାନଙ୍କ ପାଇଁ ଲାଭକାରୀ ହୋଇପାରେ। ଦେଶରେ ମଦ୍ୟପାନ କରିବାର ନ୍ୟୁନତମ ବୟସ ୧୮ରୁ ୨୫ ରହିଛି। ତେବେ ଏହି ବୟସରୁ ଅଧିକ ବର୍ଷ ଥିବା ଲୋକମାନେ ଏଥିପାଇଁ ଆବେଦନ କରିପାରିବେ।

ଏହି ଲାଇସେନ୍ସକୁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ଲାଇସେନ୍ସ ପାଇବାକ ହେଲେ ଆପଣଙ୍କୁ ତୁମର ନାଗରିକତା ଏବଂ ବୟସ ସହିତ ଜଡିତ ଡକ୍ୟୁମେଣ୍ଟ ଦରକାର। ଏହି କାଗଜପତ୍ର ସାହାଯ୍ୟରେ ଲାଇସେନ୍ସ ପ୍ରସ୍ତୁତ କରାଯାଇପାରିବ। aaplesarkar.mahaonline.gov.in କୁ ଯାଇ ଏଠାରେ ପଞ୍ଜୀକୃତ ହୋଇ ଡକ୍ୟୁମେଣ୍ଟ ଦାଖଲ କରି ଲାଇସେନ୍ସ ପାଇପାରିବେ।

ଆବେଦନ ପାଇଁ ଦେୟ ବିଭିନ୍ନ ରାଜ୍ୟର ଅଲଗା ଅଲଗା ରହିଛି। ଅନେକ ରାଜ୍ୟରେ ଲାଇସେନ୍ସ ଏକ କିମ୍ବା ଦୁଇ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ, ଯେତେବେଳେ କି କେତେକ ରାଜ୍ୟରେ ଆଜୀବନ ଲାଇସେନ୍ସ ମଧ୍ୟ ଆବଶ୍ୟକ ହୁଏ। ଗୋଟିଏ ବର୍ଷ ପାଇଁ ପ୍ରାୟ ୯୦୦ ଟଙ୍କା, ଆଜୀବନ ଲାଇସେନ୍ସ ପାଇଁ ପ୍ରାୟ ୨ହଜାର ଟଙ୍କା ଦେବାକୁ ପଡିବ।

Share